୮ କୋଟି ଟଙ୍କାର କୁକୁର ହେଲା ନିଖୋଜ, ଯିଏ ଖୋଜି ଆଣିବ, ତାକୁ ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର !

କର୍ଣ୍ଣାଟକର ବାଙ୍ଗାଲୋରସ୍ଥିତ ହନୁମନ୍ତନଗର ଥାନାରେ ଜଣେ ବ୍ୟକ୍ତି ନିଜ ୮ କୋଟି ଟଙ୍କାର କୁକୁର ଗାୟବ ହୋଇଯିବା ନେଇ ଏତଲା ଦେଇଛନ୍ତି। ଚେତନ ଏନ ନାମକ ବ୍ୟକ୍ତିଙ୍କ କହିବା ହେଲା, ଯିଏ ବି ଏହି କୁକୁରକୁ ଖୋଜି ଆଣିବ, ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। କୁହାଯାଉଛି, କୁକୁରଟି ଅଲାକ୍ସନ ମଲାମୁଟ ନସଲର, ଯାହାର ଗୋଟିଏ ଛୁଆର ଦାମ ଲକ୍ଷେରେ ହୋଇଥାଏ।

vd

ମିଡିଆ ରିପୋର୍ଟ ଅନୁସାରେ, ଚେତନ ଏହି କୁକୁରକୁ ଚୀନର ବେଜିଂରୁ କିଣିକି ଆଣିଥିଲେ। ତାଙ୍କ କୁକୁରକୁ କେହି ଚୋରି କରି ନେଇଯାଇଥିବା ନେଇ ଚେତନ ସନ୍ଦେହ କରୁଥିବା ପୋଲିସ କହିଛି। ଚେତନଙ୍କ କହିବା ଅନୁଯାୟୀ, ବୁଝାମଣା ଅନୁସାରେ ସେ କୁକୁରର ଦେଖାଶୁଣା ପାଇଁ ଦକ୍ଷିଣ ବେଙ୍ଗାଲୁରୁର ଶ୍ରୀନଗର ନିବାସୀ ସୌମ୍ୟାଙ୍କୁ ଦାୟିତ୍ୱ ଦେଇଥିଲେ। ସେଠାରୁ କୁକୁର ଗାୟବ ହୋଇଯାଇଛି।

ପୂର୍ବରୁ ମଧ୍ୟ ଠିକ ଏମିତି ହିଁ ଏକ ଘଟଣା ଆମେରିକାରେ ଘଟିଥିଲା। ଏଠାରେ ଜଣେ ମହିଳାଙ୍କ କୁକୁର ଗ୍ରୋସାରି ଷ୍ଟୋରରୁ ଚୋରି ହୋଇଯାଇଥିଲା। ମହିଳା ଜଣଙ୍କ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କୁକୁରକୁ ପାଇ ନ ଥିଲେ। ଏହାପରେ ସେ କୁକୁରକୁ ଖୋଜିବା ପାଇଁ ଏକ ୱେବସାଇଟ www.bringjacksonhome.com ମଧ୍ୟ ବନାଇଥିଲେ। ଏଥିରେ କୁକୁରର ସମସ୍ତ ସୂଚନା ଅପଲୋଡ କରାଯାଇଥିଲା। କେବଳ ଏତିକି ନୁହେଁ, ସେ ବିମାନରେ ଏକ ପତାକା ବାନ୍ଧି ଏହି ୱେବସାଇଟର ସୂଚନା ଲୋକଙ୍କୁ ଦେଇଥିଲେ।

ffs

ଏମିଲି ନାମ୍ନୀ ଏହି ମହିଳା ୱେବସାଇଟରେ ଘୋଷଣା କରିଥିଲେ କି, ଜ୍ୟାକ୍ସନ ନାମକ ତାଙ୍କ କୁକୁରକୁ ଖୋଜି ଆଣିଲେ ଉକ୍ତ ବ୍ୟକ୍ତିଙ୍କୁ ୭ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୪.୯୭ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବ। ଏମିଲି ନିଜ କୁକୁରର ପରିଚୟ ବତାଇଥିଲେ। ତାଙ୍କ ମୁତାବକ, କୁକୁରର ଓଜନ ୧୩ କିଲୋ ଏବଂ ଆଖି ନୀଳ। ତା’ ଶରୀର କଳା, ଧଳା ଏବଂ ଧୂସର ରଙ୍ଗର ମିଶାମିଶି। ତେବେ ଏମିଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜ୍ୟାକ୍ସନର ଫଟୋରେ ଛାଇଯାଇଛି।

Leave A Reply

Your email address will not be published.