ଲୁପ୍ତ ହେବାକୁ ଯାଉଛି ପାରଳାଖେମୁଣ୍ଡିର ବିଶ୍ୱପ୍ରସିଦ୍ଧ ଶିଂଘହସ୍ତଶିଳ୍ପ, କଳାକୁ ବଞ୍ଚାଇ ରଖିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ଶିଳ୍ପୀ

ଗଜପତି : ଗଜପତି ରାଜବଂଶୀୟଙ୍କ ଦ୍ୱାରା ଶାସିତ ପାରଳାଖେମୁଣ୍ଡି । ଏହି କ୍ଷେତ୍ର ହେଉଛି ଏକ ଐତିହାସିକ କ୍ଷେତ୍ର । କଳା, ସଂସ୍କୃତି ଓ ପରମ୍ପରାରେ ରୁଦ୍ଦୀମନ୍ତ ଏହି ଅଞ୍ଚଳ ନିଜର ଅସ୍ତିତ୍ୱ ରାଜା ଶାସନ ପରେ ଧିରେ ଧିରେ ହରାଇବାକୁ ବସିଛି । ଉଦ୍ଦାହରଣ ସ୍ୱରୁପ ଶଂଘହସ୍ତଶିଳ୍ପ କର୍ଫୁର ଉଡି କନା ଖଣ୍ଡିଏ ବଞ୍ଚିଥିବା ଭଳି ସ୍ଥିତିରେ ପହଞ୍ଚିଛି । ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଯେଉଁ ଠାରେ ଶିଂଘହସ୍ତ ଶିଳ୍ପର ସ୍ୱତନ୍ତ୍ର ପରିଚୟ ରହିଛି । ରାଜରାଜୁଡା ଅମଳରୁ ମହାରଣା ମାନେ ଏହି କୌଳିକ ବୃତି ଗଜପତି ରାଜବଂଶିୟଙ୍କ ପୃଷ୍ଠପୋଷକତାରେ ଆରମ୍ଭ କରିଥିଲେ । ଯାହାର ମୁକସାଖୀ ପାରଳାଖେମୁଣ୍ଡିର ରଜାଦାଣ୍ଡ ସାହି ଓ ପୁରୁଣା ବସଷ୍ଟାଣ୍ଡ ଠାରେ ରହିଥିବା ବିଶ୍ୱକର୍ମା ଶିଂଘ ସମବାୟ ସମିତି । ଯେଉଁ ଠାରେ ଆଜି ମଧ୍ୟ ସିମିତ ଶିଳ୍ପି ରହି ଏହି କଳା ବଞ୍ଚାଇବା ପାଇଁ ଜୀବନ ଓ ଜୀବିକା ସହ ସଂଗ୍ରାମ ଜାରୀ ରଖିଛନ୍ତି ।

ମୃତ ଯନ୍ତୁଙ୍କ ଶିଂଘକୁ ଗରମ କରି ନରମ କରି ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ, ପାନିଆଁ, ଆଶାବାଡି, ହୁଇସିଲ, ଚିଙ୍ଗୁଡି, ମାଛ, ଗଛ, ଦଳଦଳ ପଶୁପକ୍ଷୀ କେତେକଣ ନିଜେ ନିଜ ଭାବନାରୁ ପ୍ରସ୍ତୁତ କରି ବିକ୍ରୟ କରୁଛନ୍ତି । କାଳ କ୍ରମେ କଞ୍ଚ।ମାଲ ଅଭାବ ସାଙ୍ଗକୁ ଉଚିତ ପାରିଶ୍ରମିକତା ନମିଳିବାରୁ କାରିଗରମାନେ ସିମିତ ସଂଖ୍ୟାରେ ପହଞ୍ଚିଛନ୍ତି ଏପରିକି ଭବିଷ୍ୟତ ପିଢ଼ି କିଏ କାଠକାମ କରୁଛିତ ଆଉ କିଏ ଅନ୍ୟାନ୍ୟ ଜୀବିକାରେ ରହିଛନ୍ତି । ଯାହାଫଳରେ ସହଶ୍ର ଶିଳ୍ପିଙ୍କ ସଂଖ୍ୟା ହାତଗଣତିରେ ପହଞ୍ଚିଛି । କେବଳ କଳା ବଞ୍ଚାଇବା ପାଇଁ ସ୍ୱାଭିମାନୀ କାରିଗର ଶିଂଘହସ୍ତଶିଳ୍ପ କରୁଛନ୍ତି ।

art 1ଶିଂଘଶିଳ୍ପି ମାନଙ୍କୁ ଥଇଥାନ କରିବା ପାଇଁ ୧୯୪୮ମସିହାରୁ ବିଶ୍ୱକର୍ମା ଶିଂଘ ସମବାୟ ସମିତି ଆରମ୍ଭ ହୋଇଛି । ଯାହା ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଛି । ସମୟ ଥିଲା ଏଠାରେ ୬୦ପରିବାର କାମକରୁଥିଲେ କିନ୍ତୁ ବର୍ତ୍ତମାନ ୫କୁ ଖସିପଡିଛି । ତଥାପି ଏଠାରୁ କଟକ, ଭବନେଶ୍ୱର, ବ୍ରହ୍ମପୁର ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାସ୍ତରୀୟ ଉତ୍ସବରେ ଶିଂଘହସ୍ତଶିଳ୍ପ ଯାଉଛି । ତେବେ ଏଠାରେ ମଧ୍ୟ କଞ୍ଚାମାଲ ଅଭାବ ସାଙ୍ଗକୁ ଉଚିତ ପାରିଶ୍ରମିକତା ନମିଳିବା ଓ ଶିଂଘହସ୍ତଶିଳ୍ପ ଦୀର୍ଘ ସ୍ଥାୟୀ ହୋଇଥିବାରୁ ବିକ୍ରୟ ପ୍ରଭାବିତ ହେବା ସହ କାରୀଗର ମୁହଁ ଫେରାଉଛନ୍ତି ନିଜ କୌଳିକ ବୃର୍ତ୍ତିରୁ । ସେପଟେ ଗଜପତି ଜିଲ୍ଲାପାଳ ଶିଂଘହସ୍ତ ଶିଳ୍ପ ପାଇଁ ସମସ୍ତ ସାହାୟତା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.