Below header

ଆପଣ ବି ଏଥର ହୋଇଯାନ୍ତୁ ସାବଧାନ, ବିନା ହେଲମେଟରେ ଗାଡି ଚଲାଇବାରୁ ବାଙ୍ଗାଲୁରୁର ଏହି ବ୍ୟକ୍ତିଙ୍କୁ ୪୨ ହଜାର ୫୦୦ ଟଙ୍କାର ଜୋରିମାନା

ଛୋଟ ଭୁଲ ପାଇଁ ଭରିବାକୁ ପଡିବ ବଡ଼ ଜୋରିମାନା । ଆଉ ଜୋରିମାନା ରାଶି ଗୋଟେ ସେକେଣ୍ଡ ହ୍ୟାଣ୍ଡ ସ୍କୁଟରର ମୂଲ୍ୟ ଠାରୁ ଯଥେଷ୍ଟ ଅଧିକ । ଆପଣ ଜାଣି ଚକିତ ହେବେ ସଡକ ନିୟମ ଉଲ୍ଲଙ୍ଘନ କରିବା କାରଣରୁ ବାଙ୍ଗାଲୁରୁର ଜଣେ ପରିବା ବ୍ୟାସାୟୀଙ୍କ ଉପରେ ୪୨
ହଜାର ୫୦୦ ଟଙ୍କାର ଜୋରିମାନା ଲଗାଯାଇଛି । ଯାହାକି ବ୍ୟକ୍ତି ଜଣଙ୍କ ଚଳାଉଥିବା ସ୍କୁଟରର ମୂଲ୍ୟ ଠାରୁ ଯଥେଷ୍ଟ ଅଧିକ । ଆଉ ଏବେ ଏତେ ବଡ ଧରଣର ଜୋରିମାନା ଚାଲାଣ ପାଇବା ପରେ ବ୍ୟକ୍ତି ଜଣଙ୍କ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରକୃତରେ ଏହି ଘଟଣାଟି ଘଟିଛି ବାଙ୍ଗାଲୁରୁରେ ।

traffic

ବ୍ୟକ୍ତି ଜଣଙ୍କ ସ୍କୁଟରେ ଯାଉଥିବା ସମୟରେ ତାଙ୍କୁ ହଟାତ ପୋଲିସ ଅଟକାଇ ଦୁଇ ମିଟର ଲମ୍ବର ୪୨ ହଜାର ୫୦୦ଟଙ୍କାର ଏକ ଚାଲାଣ ଧରାଇ ଦେଇଥିଲେ | ଏତେ ଲମ୍ବର ଏକ ଚାଲାଣ ପାଇବା ପରେ ତାଙ୍କ ମୁଣ୍ଡରେ କିଛି ପଶି ନଥିଲା । କଣ ପାଇଁ ତାଙ୍କୁ ଏତେ ଲମ୍ବର ଏକ ବିଲ ଧରାଯାଇଛି ସେ ନେଇ ଆବାକାବା ହୋଇଯାଇଥିଲେ । ପଚରା ଉଚୁରା ପରେ ଜାଣିବାକୁ ପାଇଥିଲେଯେ, ସେ ପୂର୍ବରୁ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଛନ୍ତି ।

ଆଉ ପୋଲିସ ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ଥରେ କିମ୍ବା ଦୁଇ ଥର ନୁହେଁ ୭୭ ଥର ନିୟମ ଉଲ୍ଲଙ୍ଘନ କରିଛନ୍ତି । ଯେଉଁଥି ପାଇଁ ଏବେ ତାଙ୍କ ଉପରେ ୪୨ ହଜାର ୫୦୦ ଟଙ୍କା ଜୋରିମାନା ଲଗାଯାଇଛି । ଜୋରିମାନାର ଏକ ଲମ୍ବା ଚୌଡା ବିଲ ଧରାଇବା ସହିତ ପୋଲିସ ତାଙ୍କ ସ୍କୁଟର ଟିକୁ ବି ଜବତ କରି ନେଇଛି । ଅନ୍ୟପକ୍ଷରେ ଜୋରିମାନା ବାବଦ ଅର୍ଥ ରାଶି ଭରିବା ପାଇଁ ଟଙ୍କା ଯୋଗାଡ କରିବାକୁ ପୋଲିସ ଠାରୁ କିଛି ସମୟ ମାଗିଛନ୍ତି ବ୍ୟକ୍ତି ଜଣଙ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.