Below header

ପାକିସ୍ତାନରେ ମନ୍ଦିର ନିର୍ମାଣକୁ ନେଇ ଆଉ ନାହିଁ ପ୍ରତିବନ୍ଧକ, ନିଜର ଧାର୍ମିକ କ୍ଷେତ୍ରକୁ ବି ଯାଇପାରିବେ ହିନ୍ଦୁ

ପାକିସ୍ତାନରେ ହିନ୍ଦୁ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ପାକିସ୍ତାନର ସର୍ବୋଚ୍ଚ ଧାର୍ମିକ ସଂଗଠନ ଅନୁଯାୟୀ, ଶରୀୟାରେ କେଉଁଠି ବି ଉଲ୍ଲେଖ ନାହିଁ ଯେ ପାକିସ୍ତାନ କିମ୍ବା ଇସଲାମାଵାଦର କୌଣସି ଅଂଚଳରେ ହିନ୍ଦୁ ମନ୍ଦିର ସ୍ଥାପନ କରାଯାଇପାରିବ ନାହିଁ । ଇସଲାମି ବିଚାରଧାରା ପରିଷଧ ସଂଗଠନ ଅନୁଯାୟୀ, ଲୋକେ ଶରୀୟ ବାବଦରେ ନଜାଣି , ଏହାକୁ ଭଲ ରୂପରେ ନ ପଢି ଏହାକୁ ଭୁଲ ଭାବରେ ଆଧାର କରି ହିନ୍ଦୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ପାକିସ୍ତାନ ସମ୍ବିଧାନ କିମ୍ବା ସରିୟାରେ ହିନ୍ଦୁ ମନ୍ଦିର ନିର୍ମାଣକୁ ନେଇ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ । ସଂସ୍ଥା ତରଫରୁ ଖାଲି ହନୁମାନ ମନ୍ଦିର ନିର୍ମାଣକୁ ଅନୁମତି ଦିଆ ଯାଇନାହିଁ ପୂର୍ବରୁ ମୁସଲମାନ ମାନେ କବ୍ଜା କରି ନେଇଥିବା ଏକ ହିନ୍ଦୁ ମନ୍ଦିରକୁ ତୁରନ୍ତ ଅର୍ପଣ କରି ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

pakistan

ଏହା ସହ ସିଆଇଆଇ ସଂସ୍ଥା ସଇଦପୁର ଗାଁରେ ଥିବା ଏକ ପ୍ରାଚୀନ ମନ୍ଦିରକୁ ଇସ୍ଲାମଵାଦରେ ବାସ କରୁଥିବା ହିନ୍ଦୁ ସମୁଦାୟଙ୍କ ପାଇଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସେହି ଧର୍ମାନୁଷ୍ଠାନରେ ଯେପରି ହିନ୍ଦୁ ଧର୍ମାବଲମ୍ବୀଙ୍କର ଅସୁବିଧା ନ ହୁଏ ସେନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖିବା ଉଚିତ ହେବକି, ଉଭୟ ପାକିସ୍ତାନ ସମ୍ବିଧାନ ଓ ୧୯୫୦ ମସିହାରେ ଲିଆକତ- ନେହେରୁ ଆଲୋଚନା ସମୟରେ ନିଆଯାଇଥିବା ଚୁକ୍ତି ଆଧାରରେ ଇସଲାମି ବିଚାର ଧାରା ପରିଷଦ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଖାଲି ଯେ ମନ୍ଦିର ନେଇ

ଅନୁମତି ମିଳିଛି ତାହା ନୁହେଁ, ଅନ୍ୟ ସମୂହଙ୍କ ପରି ହିନ୍ଦୁ ମାନେ ବି ଯେମିତି ନିଜ ଧର୍ମ ଅନୁସାରେ ଅନ୍ତିମ ସଂସ୍କାର କରି ପାରିବେ ସେନେଇ ସାମ୍ବିଧାନିକ ଅଧିକାର ମିଳିଛି । କହିରଖିବା ଉଚିତ ହେବକି, ବିଭିନ୍ନ ଧାର୍ମିକ ମାମଲାକୁ ନେଇ ମନ୍ତ୍ରାଳୟ ତରଫରୁ ଗତ ଜୁଲାଇ ୬ ତାରିଖରେ ସିଆଇଆଇକୁ ଏକ ଆବେଦନ ପତ୍ର ପଠାଯାଇଥିଲା । ଯେଉଁଥିରେ ହିନ୍ଦୁ ସମୁଦାୟଙ୍କ ଶବଦାହ ଗୃହ, ଧର୍ମଶାଳା ସମେତ ଏକ ହିନ୍ଦୁ ମନ୍ଦିର ପାଇଁ ଭୂମି ଆବଣ୍ଟନକୁ ନେଇ ରାୟ ମଗାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.