Below header

କାଠି କିମ୍ବା ଚାବିରେ କାନ ସଫା କରିବା ଦ୍ୱାରା ହୋଇପାରନ୍ତି କାଲା, ଜାଣନ୍ତୁ ଗଇ କାଢ଼ିବାର ସଠିକ୍‌ ଉପାୟ

ଆମ ଶରୀରର ସମ୍ବେଦନଶୀଳ ଅଙ୍ଗ ମଧ୍ୟରେ କାନ ଅନ୍ୟତମ। ଏଣୁ କାନର ଯତ୍ନ ନେବା ନିହାତି ଆବଶ୍ୟକ। ନଚେତ୍‌ କାନରେ ଇନ୍‌ଫେକସନ୍‌ ହେବା ଆଶଙ୍କା ରହିଛି। କାନ ସଫା କରିବାକୁ କିଛି ଲୋକ ଚାବି କିମ୍ବା କାଠି ବ୍ୟବହାର କରିଥାନ୍ତି। କିନ୍ତୁ ଡାକ୍ତରଙ୍କ ମତରେ ଏଭଳି କରିବା ଅନୁଚିତ। ଚାବିରେ କାନ ସଫା କଲେ କାନ ଗିରି ଫାଟିଯିବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା କାନ ସଫା କରିବାର ସଠିକ୍‌ ଉପାୟ…

କାନରେ ଗଇ ଜମା ହୋଇଥିଲେ ତାହାକୁ ଅତି ସାବଧାନତାର ସହ ବାହାର କରିବା ଆବଶ୍ୟକ। ଏଥିପାଇଁ ପ୍ରଥମେ କାନରେ କିଛି ବେବି ଅଏଲ୍‌, ମିନେରାଲ ଅଏଲ କିମ୍ବା ଗ୍ଲିସରିନ୍‌ ପକାନ୍ତୁ। ଆପଣ ଚାହିଁଲେ ଗଇ ବାହାର କରିବାକୁ ମାର୍କେଟ୍‌ରେ ମିଳୁଥିବା କିଟ୍‌ ବି ବ୍ୟବହାର କରିପାରିବେ। ଏବେ ଏକ ପରିଷ୍କାର କପଡ଼ା ନିଅନ୍ତୁ। ଏହାକୁ ଛୋଟ କାଠିରେ ଗୁଡ଼ାଇ ଆରାମରେ ଧୀରେ ଧୀରେ କାନକୁ ପୋଛନ୍ତୁ। ଆପଣ ଚାହିଁଲେ ଇୟର ବଡ୍ସ ବି ବ୍ୟବହାର କରିପାରିବେ। କିନ୍ତୁ ଧ୍ୟାନ ରଖିବେ ବଡ୍ସକୁ ଯେମିତି ବେଶୀ ଭିତରକୁ ନ ନିଅନ୍ତି। ଅଧିକ ଭିତରକୁ କାନ ସଫା କରିବା ବେଳେ ଗିରିରେ ବାଜିଯିବା ଆଶଙ୍କା ରହିଛି। ଏମିତି ହେଲେ କାନକୁ କମ୍‌ ଶୁଣାଯାଏ କିମ୍ବା ବ୍ୟକ୍ତି ସାରା ଜୀବନ ପାଇଁ କାଲା ହୋଇଯିବା ଆଶଙ୍କା ରହିଛି।

କାନ ସଫା କରିବା ବେଳେ କେବେ ବି ଧାରୁଆ କିମ୍ବା ମୁନିଆ ଜିନିଷ ବ୍ୟବହାର କରନ୍ତୁ ନାହିଁ। କିଛି ଲୋକ ଦିଆସିଲି କାଠିରେ କାନ ସଫା କରିଥାନ୍ତି। କିନ୍ତୁ ଭୁଲରେ ବି ଏମିତି କରିବା ଉଚିତ ନୁହେଁ। ଏହା ଦ୍ୱାରା ରଞ୍ଜକ କାନ ଭିତରେ ରହିଯିବା ଆଶଙ୍କା ରହିଛି। ଯାହା ପରେ ଇନ୍‌ଫେକସନ୍‌ ସୃଷ୍ଟି କରିପାରେ। ଫଳରେ କାନ ଭିତରେ ଘା’ ହୋଇପାରେ। ଏଣୁ ସବୁ ବେଳେ ସାବଧାନତାର ସହ କାନ ସଫା କରନ୍ତୁ। ଯଦି କିଛି ସମସ୍ୟା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Also Read: ବିଶ୍ୱ ରେକର୍ଡ! ୨୦ ହଜାର ବହିରେ ‘କେଜିଏଫ୍‌’ ଷ୍ଟାର ୟଶ୍‌ଙ୍କ ଚିତ୍ର ବନାଇଲେ ଫ୍ୟାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.