ବିଶ୍ୱ ରେକର୍ଡ! ୨୦ ହଜାର ବହିରେ ‘କେଜିଏଫ୍‌’ ଷ୍ଟାର ୟଶ୍‌ଙ୍କ ଚିତ୍ର ବନାଇଲେ ଫ୍ୟାନ୍‌

ରିଲିଜ୍‌ ପୂର୍ବରୁ ହିଁ କେଜିଏଫ୍‌ ୨ର କ୍ରେଜ୍‌ ଦେଖିବାକୁ ମିଳିଛି। ଫିଲ୍ମ ଷ୍ଟାର ୟଶ୍‌ଙ୍କ ପ୍ରତି ଫ୍ୟାନ୍‌ମାନେ ନିଆରା ଉପାୟରେ ନିଜ ଭଲ ପାଇବା ବର୍ଷାଇଛନ୍ତି। ପ୍ରଶଂସକ ମାନେ ୨୦,୭୦୦ ବହି ବ୍ୟବହାର କରି ୟଶ୍‌ଙ୍କର ଏକ ଚିତ୍ର ବନାଇଛନ୍ତି। ଏଥିସହ ଦାବି କରାଯାଉଛି ଯେ ୟଶ୍‌ଙ୍କର ଏହି ଫଟୋ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

ସମ୍ପୂର୍ଣ୍ଣଭାବେ ବହିରେ ତିଆରି ହୋଇଥିବା ଏହି ଚିତ୍ର ୧୩୦/୧୯୦ ଫୁଟ୍‌ର। ମଲ୍ଲୁର ହ୍ଵାଇଟ୍‌ ଗାର୍ଡେନ୍‌ ପଡ଼ିଆରେ ୨୫,୬୫୦ ଫୁଟ୍‌ ଅଞ୍ଚଳରେ ଏହି ଚିତ୍ର ତିଆରି ହୋଇଛି। ମଲ୍ଲୁରର ୟଶ୍‌ ଫ୍ୟାନ୍‌ସ ଆସୋସିଏସନ୍‌ର ନେତୃତ୍ୱରେ ଏହି ପ୍ରୋଜେକ୍ଟ ତିଆରି ହୋଇଛି।

ଟିମ୍‌ ୟଶ୍‌ ଏଫ୍‌ସି ଏକ ଭିଡିଓ ସେୟାର କରି ଟ୍ଵିଟ୍‌ କରିଛି ଯେ ବଡ଼ ବଡ଼ ସବୁଠୁ ବଡ଼!! ଆମେ ୧୨୦/୧୭୦ ଫୁଟ୍‌ର ଚିତ୍ର ତିଆରି କରିବାକୁ ଯୋଜନା କରିଥିଲୁ। କିନ୍ତୁ ଏହା ଆମ ଆଶାକୁ ପାର କରିଗଲା। ଆମକୁ ଏହାକୁ ୧୩୫/୧୯୦ ଫୁଟ୍‌ର କରିବାକୁ ପଡ଼ିଲା। ଏହା ଏକ ବିଶ୍ୱ ରେକର୍ଡ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୪ରେ କନ୍ନଡ଼, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ୍‌ ଭାଷାରେ କେଜିଏଫ୍‌ ଚାପ୍ଟର ୨ ରିଲିଜ୍‌ ହେବ। ପ୍ରଶାନ୍ତ ନୀଲଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମ ହୋମ୍ବଲେ ଫିଲ୍ମସ ବ୍ୟାନରରେ ବିଜୟ କିରାଙ୍ଗଦୁରଙ୍କ ଦ୍ୱାରା ନିର୍ମାଣ କରାଯାଉଛି।

Also Read: ଶିମିଳିପାଳରେ ଗୀତ ସୁଟିଂ ବେଳେ ଅଘଟଣ, ପଥରରୁ ଖସି ଭାଙ୍ଗିଲା ଅଭିନେତ୍ରୀ ରିୟା ଦେ’ଙ୍କ ଗୋଡ଼

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.