Below header

ଶିମିଳିପାଳରେ ଗୀତ ସୁଟିଂ ବେଳେ ଅଘଟଣ, ପଥରରୁ ଖସି ଭାଙ୍ଗିଲା ଅଭିନେତ୍ରୀ ରିୟା ଦେ’ଙ୍କ ଗୋଡ଼

ମୟୂରଭଞ୍ଜ : ଓଡ଼ିଆ ସିନେମା ସୁଟିଂ ବେଳେ ଅଘଟଣ। ଆହତ ହୋଇଛନ୍ତି ଅଭିନେତ୍ରୀ ରିୟା ଦେ। ପଥରରୁ ଖସି ପଡ଼ି ତାଙ୍କ ଗୋଡ଼ ଭାଙ୍ଗିଥିବା ସୂଚନା ମିଳିଛି। ଲଭ୍‌ ଗ୍ଯାରେଜ୍‌ ସିନେମାର ସୁଟିଂ ଚାଲିଥିବା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ଯାରେ ଶିମିଳିପାଳ ଲୁଲୁଙ୍ଗ ଝରଣା କୂଳରେ ଲଭ୍‌ ଗ୍ଯାରେଜ୍‌ ସିନେମାର ଏକ ଗୀତ ସୁଟିଂ ଚାଲୁଥିଲା। ପଥର ଉପରେ ଏକ ସିନ୍‌ ସୁଟ କରୁଥିବା ବେଳେ ରିୟା ପଥରରୁ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରିପଦା ଅଣା ଯାଇଥିବା ବେଳେ ତାଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସଞ୍ଜୀବ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ବାରିପଦାରେ ଲଭ ଗ୍ଯାରେଜ୍‌ ସିନେମାର ସୁଟିଂ ଚାଲିଛି। ସମ୍ବିତ୍‌ ଓ ରିୟାଙ୍କୁ ନେଇ ଏହି ଚଳଚିତ୍ର ସୁଟିଂ ଚାଲୁଥିବା ବେଳେ କୋରିଓଗ୍ରାଫର ଲୁବୁନ୍‌ – ଟୁବୁନ କୋରିଓଗ୍ରାଫି କରୁଥିଲେ।

Also Read: ଅଫିସରେ ସିନିୟରଙ୍କୁ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ମାନସିକ କ୍ରୁରତା: ପଞ୍ଜାବ ହାଇକୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.