ଆଜି ଛେନାପୋଡ ଦିବସ, ଜାଣନ୍ତୁ ସହଜରେ ଓ ସୁବିଧାରେ ଘରେ କେମିତି କରିବେ ପ୍ରସ୍ତୁତ

ଓଡ଼ିଆ ଘରର ମିଠା ତାଲିକାରେ ଛେନା ପୋଡର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ମିଠା ନାଁ ଶୁଣିଲେ ଆଗ ଯେମିତି ତାରି କଥା ମନେ ପଡେ | ମୁହଁରୁ ଲାଳ ବାହାରି ଆସେ । ସେଇଥିପାଇଁ ବୋଧ ହୁଏ “ଛେନା ପୋଡ”କୁ ମିଠା ମାନଙ୍କର ରାଜା ଭାବରେ ଧରାଯାଏ । ତେବେ ଆସନ୍ତୁ ଜାଣିବା “ଛେନା ପୋଡ଼” ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ । ଆଉ ତା ପରେ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ହେଉଥିବା ସାମଗ୍ରୀ:

ଛେନା- ୨୫୦ ଗ୍ରାମ

୪ ଚାମଚ ଚିନି (ଗୁଣ୍ଡ ହୋଇଥିବା)

ଗୋଟେ ରୁ ଦେଢ଼ ଚାମଚ ଘିଅ

୪ ଚାମଚ କ୍ଷୀର

୨ ଛୋଟ ଚାମଚ ସୁଜି

ଅଧା ଚାମଚ ଗୁଜୁରାତି ଗୁଣ୍ଡ

କାଜୁ, କିଛି କିସମିସ

chena poda
pic credit: India today

 

ପ୍ରସ୍ତୁତି ପ୍ରଣାଳୀ:

୧. ପ୍ରଥମେ ଫ୍ରେସ କଟା ଯାଇଥିବା ଛେନାକୁ ନେଇ ହାତରେ ଚକଟି ଦିଅନ୍ତୁ ।

୨. ଏବେ ସେଥିରେ ଚିନି ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ମିଶାନ୍ତୁ ଆଉ ଭଲ ଭାବରେ ଚକଟି ଦିଅନ୍ତୁ ।

୩. ଏବେ ସେଥିରେ ସୁଜି, ଘିଅ, କ୍ଷୀର ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ ।

୪. ଏବେ ଆଉ ଏକ ପ୍ୟାନରେ ଭଙ୍ଗା କାଜୁ, କିସମିସ ଆଦିକୁ ହାଲୁକା ଭାବରେ ଭାଜି ଦିଅନ୍ତୁ ।

୫. ଏବେ ସେଗୁଡିକୁ ଛେନା ମିଶ୍ରଣରେ ମିଶାନ୍ତୁ ।

୬. ଏବେ ଟିନରେ ଗୋଟେ ଚାମଚ ଘିଅ ଦେଇ ଘଷି ଦିଅନ୍ତୁ ।

୭. ଏବେ ସେଥିରେ ଚିନି ମିଶାନ୍ତୁ ଏବେ ବେକିଙ୍ଗ ଟ୍ରେକୁ ଗ୍ୟାସ ଉପରେ ରଖନ୍ତୁ ।

୮. ଯେ ପର୍ଯ୍ୟନ୍ତ ଚିନି ତରଳି ନଯାଏ ।

୯. ଏବେ ଗ୍ୟାସ ବନ୍ଦ କରି ଛେନା ମିକ୍ସକୁ ତରଳି ଥିବା ଚିନି ଉପରେ ଢାଳି ଦିଅନ୍ତୁ ।

୧୦ . ଏବେ ପାତ୍ର ଟିକୁ ଟିକେ ହଲାଇ ଛେନା ମିଶ୍ରଣକୁ ୧୮୦ ସେଣ୍ଟୀଗ୍ରେଡ଼ ତାପମାତ୍ରାରେ ୪୦ ରୁ ୪୫ ମିନିଟ ଯାଏଁ ବେକ କରନ୍ତୁ | ଯଦି କୌଣସି ସ୍ଥାନରେ ଟୁଥ ପିକ ପଶେଇ ଚେକ କରିପାରିବେ ।

୧୧. ପ୍ରସ୍ତୁତ ହୋଇଥିବା ଛେନା ପୋଡ଼କୁ କାଢି ପ୍ରାୟ ୨ ଘଣ୍ଟା ଯାଏଁ ଥଣ୍ଡା କରି ନିଅନ୍ତୁ ।

୧୨. ସର୍ଭିଙ୍ଗ ଟ୍ରେକୁ କାଢି ଦିଅନ୍ତୁ | କାଟି କାଟିକି ଅନ୍ୟ ମାନଙ୍କୁ ପରଶନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.