Below header

ଅଜବ ଅନ୍ଦାଜରେ ସୋଡା଼ ବିକୁଛନ୍ତି ଏହି ସର୍ଦ୍ଦାର, ଯିଏ ଦେଖୁଛନ୍ତି ନ ହସି ରହିପାରୁ ନାହାନ୍ତି

ଜଣେ ରାସ୍ତାକଡ ବିକାଳୀଙ୍କର ଖାଦ୍ୟ ବିକିବା ନେଇ ଭିନ୍ନ ତରିକା ଏବେ ଖୁବ ଭାଇରଲ ହେବା ସହ ଲୋକଙ୍କ ହୃଦୟ ଜିଣି ନେଇଛି । ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ବି ଏହିଭଳି ଭିଡିଓମାନ ଭର୍ତ୍ତି ହୋଇରହିଛି କହିଲେ ଚଳେ । ଏହି ଭିଡିଓ ଗୁଡିକରେ ଆପଣ ଦେଖିପାରିବେଯେ କିଏ ଫ୍ଲାଇଙ୍ଗ ସୋଡା଼ ବିକ୍ରି କରୁଛନ୍ତି ତ କିଏ ସ୍ବେଗରେ କାହାକୁ ଚାହା ପିଆଉଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଜଣେ ସର୍ଦ୍ଦାରଙ୍କ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣଙ୍କ ଏକ ସଡକ ନିକଟରେ “ଲେମନ ସୋଡା଼” ବିକ୍ରି କରୁଛନ୍ତି । ସୋଡା଼ ତ ଏମିତି ବହୁତ ବିକ୍ରି ହୁଏ ଆଉ ଅନେକ ଲୋକ ଏହାକୁ ହିଁ ବିକ୍ରି କରି ନିଜ ପେଟପାଟଣା ବୁଝନ୍ତି । କିନ୍ତୁ ଏହି ସର୍ଦ୍ଦାର ଜଣଙ୍କର ସୋଡା଼ ବନେଇବା ଆଉ ବିକ୍ରି କରିବା ପ୍ରଣାଳୀ କିଛିଟା ଭିନ୍ନ । ୟାଙ୍କ ସୋଡା଼ ବନେଇବା ଶୈଳୀ ଏମିତିକି ଦେଖିବା ବାଲା ଆଶ୍ଚର୍ଯ୍ୟ ହୋଇ ଦଣ୍ଡେ ଛିଡା ହୋଇଯିବ । ଯେଉଁ ତରିକାରେ ସେ ବୋତଲ ଖୋଲୁଛନ୍ତି ଆଉ ସେଥିରେ ଲେମ୍ବୁ ମସଲା ଆଦି ଢାଳୁଛନ୍ତି । ତାହା ଯେମିତି ହୃଦୟ ଜିଣି ନେଉଛି ।

 

View this post on Instagram

 

A post shared by Gourav Sagar (@13_gouravsagar05)

ଭିଡିଓ କ୍ଲିପରେ ଆପଣ ଦେଖିପାରିବେ ସର୍ଦ୍ଦାର ଜଣକ ପ୍ରଥମେ ଲେମ୍ବୁ ଚିପୁଡ଼ି ସେଥିରୁ ପାଣି ବାହାର କରି ଏକ ଗ୍ଲାସରେ ଢାଳୁଛନ୍ତି । ଆଉ କହୁଛନ୍ତିକି ବାକି ଲେମ୍ବୁ ମୁଁ ପଛରେ ପକେଇବି । ଆଉ ତା ପରେ ଖୁବ ଷ୍ଟାଇଲର ସହିତ ଦୁଇଟି ବୋତଲ ଉଠାଉଛନ୍ତି । ଆଉ ସ୍ବେଗରେ ଖୋଲିକି କହୁଛନ୍ତିକି ଗ୍ୟାସ ପୁରା ଭର୍ତ୍ତି ଅଛି । ଯଦି ଥରେ ପିଇବେ ତାପରେ ବାରମ୍ବାର ମାଗିବେ । ୯ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଶୋଷ ଲାଗିବ ନାହିଁ । ପିଅନ୍ତୁ ଆଉ ଥଣ୍ଡା ଅନୁଭବ କରନ୍ତୁ । ଆଉ ଆଖପାଖରେ ଛିଡା ହୋଇଥିବା ଲୋକେ ବ୍ୟକ୍ତି ଜଣଙ୍କର ଏମିତି ହରକତ ଦେଖି ମାନେ ମାନେ ହସୁଛନ୍ତି । ଭିଡିଓଟି ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲରେ ମାର୍ଚ୍ଚ ୨୫ ତାରିଖରେ ସେୟାର କରାଯାଇଛି । ଯେଉଁ ଖବର ଲେଖିବା ଯିବା ପର୍ଯ୍ୟନ୍ତ ୯  ଲକ୍ଷରୁ ଅଧିକ ଥର ଲାଇକନ୍ସ କରାଯିବା ସହ ୧୫.୭ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି । ଏହା ସହ ସୋସିଆଲ ମିଡିଆରେ ଖୁବ ସଂଖ୍ୟକ କମେଣ୍ଟସ ବି ମିଳିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.