ପ୍ରାର୍ଥନା ଭୁଲି ଯିବାରୁ ରାଗିଗଲେ ଶିକ୍ଷକ, ଛାତ୍ରୀଙ୍କୁ ବସ୍‌ ଉଠ କରାଇ କଲେ ଗୁରୁତର

ବଲାଙ୍ଗୀର(କେନ୍ୟୁଜ୍): ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ପ୍ରାର୍ଥନା ଭୁଲି ଯିବାରୁ ରାଗିଗଲେ ଶିକ୍ଷକ । ସ୍କୁଲରେ ଛାତ୍ରୀଙ୍କୁ ବସ୍‌ ଉଠ କଲେ । ୮ ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦି ଗାଁରେ ଥିବା ବାପୁଜୀ ହାଇସ୍କୁଲରେ ପ୍ରାର୍ଥନା ଭୁଲି ଯିବାରୁ ଶିକ୍ଷକ ରାଗିଯାଇ ପିଲାଙ୍କୁ ଖରାରେ ଉଠବସ୍‌ କରାଇଥିଲେ । ଫଳରେ ୮ଜଣ ଛାତ୍ରୀ ଅଚେତ ହୋଇ ପଡିଥିଲେ ।

ତୁରନ୍ତ ସେମାନଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପାଟଣାଗଡ ଉପ ଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଏନଏସି ଅଧ୍ୟକ୍ଷା ମେଡିକାଲରେ ପହଞ୍ଚି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

 ପାଟଣାଗଡ଼ରେ ଛାତ୍ରୀଙ୍କୁ ବସ୍‌ ଉଠ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଘଟଣାର ପୁଙ୍ଖାନୁଫୁଙ୍ଖ ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତି।

Leave A Reply

Your email address will not be published.