Below header

ନୱାଜ ସରିଫଙ୍କ ସାନ ଭାଇ ଶାହବାଜ୍‌ ସରିଫ୍‌ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି । କହିରଖିବା ଉଚିତ ହେବକି ଶାହବାଜ୍‌ ହେଉଛନ୍ତି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ସାନ ଭାଇ । ତାଙ୍କ ବୟସ ୭୦ ବର୍ଷ ହେବ । ଅନ୍ୟପକ୍ଷରେ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ୍‌ ତେହେରିକ-ଇ-ଇନସାଫ୍‌(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। କିନ୍ତୁ ପରେ ଇମ୍ରାନ୍‌ଙ୍କ ଦଳର ଅନେକ ସଦସ୍ୟ ସଂସଦରୁ ଇସ୍ତଫା ଦେଇଥିଲେ। ଫଳରେ ଶାହବାଜ୍‌ ସରିଫ୍‌ଙ୍କ ରାସ୍ତା ସଫା ହୋଇଥିଲା ।

କହିରଖିବା ଉଚିତ ହେବକି ପୂର୍ବ ସପ୍ତାହରେ ଇମ୍ରାନ୍‌ଙ୍କ ବିରୋଧରେ ଏକ ଅନାସ୍ଥା ପ୍ରାସ୍ତାବ ଭୋଟ୍‌ ଆଗତ ହୋଇଥିଲା । ସେସମୟର ଫ୍ଲୋର ଟେଷ୍ଟରେ ଇମ୍ରାନଙ୍କ ବିପକ୍ଷରେ ସର୍ବାଧିକ ଭୋଟ୍‌ ପଡ଼ିଥିଲା । ପାକିସ୍ତାନ ସଂସଦରେ ହୋଇଥିବା ଭୋଟ ଗ୍ରହଣରେ ଇମ୍ରାନଙ୍କ ବିରୋଧରେ ୧୭୪ ଜଣ ସଦସ୍ୟ ମତ ଦେଇଥିଲେ।

ଅନ୍ୟପକ୍ଷରେ ପାକିସ୍ତାନ ସଂସଦର ବାଚସ୍ପତି ପଦରୁ ଅସଦ୍‌ କ୍ୱାଶିର୍‌ ଇସ୍ତଫା ଦେବା ପରେ ଆୟଜ୍‌ ସିଦିକ୍‌ ଗୃହର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଥିଲେ । ଏକ କମିଟି ଗଠନ ହୋଇ ସିଦ୍ଦିକ୍‌ଙ୍କ ନାମ ଚୟନ କରାଯାଇ ଥିଲା। ଅବିଶ୍ୱାସ ଭୋଟ୍‌ ସପକ୍ଷରେ ୧୭୪ ସଦସ୍ୟ ମତଦାନ କରିଥିଲେ । ଫଳରେ ଇମ୍ରାନ୍‌ଙ୍କ ବିରୋଧରେ ମତ ଆସିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ତାଙ୍କ ପଦ ହାତରୁ ଚାଲିଯାଇଥିଲା । ଭୋଟ୍‌ଗ୍ରହଣ ପରେ ସିଦ୍ଦିକ୍‌ ଏହି ଘୋଷଣା କରିଥିଲେ । ଏହା ପରେ ବିରୋଧୀ ଦଳ ନେତା ଶାହବାଜ୍‌ ସରିଫ୍‌ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.