Below header

ପତ୍ନୀଙ୍କ ସହ ମାଆ ତାରାତାରିଣୀଙ୍କୁ ଦର୍ଶନ କଲେ 5T ସଚିବ, ମନ୍ଦିରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଲେ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚାଲିଛି ଚୈତ୍ର ପର୍ବ। ଆଜି ମାଆଙ୍କ ଯାତ୍ରାର ଶେଷ ମଙ୍ଗଳବାର। ଏହି ଅବସରରେ ମାଆଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍‌।

5T ସଚିବଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଦର୍ଶନ କରିଛନ୍ତି। ମାଆଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ। 5T ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଓ ଏସ୍‌ପି ବ୍ରିଜେଶ ରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.