ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ବ୍ଯବସାୟୀଙ୍କୁ ଭୁଜାଲିରେ ହାଣି ଲୁଟ୍

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣି ଲୁଟ୍ । ତାଙ୍କ ହାତ ଓ କାନ୍ଧରେ ଏକାଧିକ ଜାଗାରେ ଲୁଟେରା ଆକ୍ରମଣ କରିଥିବା ଜଣାପଡିଛି। ୩ଟି ବାଇକରେ ୬ ଜଣ ଆସି ଆକ୍ରମଣ କରି ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁନ୍ଦରପଦା ଅଞ୍ଚଳର ନିରଞ୍ଜନ ସାହୁ । ଗତକାଲି ରାତି ୧୨ଟା ସମୟରେ ଦୋକାନ ବନ୍ଦ କରି ଯାଉଥିବା ସମୟରେ ଲୁଟର ଶିକାର ହୋଇଥିଲେ । ଏନେଇ ନିରଞ୍ଜନ ଏୟାରଫିଲଡ଼ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.