Below header

ଚାକିରି ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହିସବୁ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ବର ଗଛର ବିଶେଷ ମହତ୍ଵ ରହିଛି | ସେହିପରି ହିନ୍ଦୁ ଧର୍ମରେ ବର ଗଛକୁ ପୂଜା ମଧ୍ୟ କରାଯାଇଥାଏ | ଏହି ବୃକ୍ଷକୁ ପବିତ୍ର ଏବଂ ଦୈବି ଶକ୍ତି ଯୁକ୍ତ ବୋଲି କୁହାଯାଇଥାଏ | ଏହି କାରଣରୁ ଅନେକ ଉପାୟରେ ବରଗଛ ପୂଜା କରାଯାଇଥାଏ। ଯେପରି ବଟ ସାବିତ୍ରୀ ଦିନ ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବୃକ୍ଷ ପୂଜା କରାଯାଇଥାଏ | ସେହିଭଳି ଚାକିରି ପାଇବା ପାଇଁ ମଧ୍ୟ ଅନେକ ଉପାୟ ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି | ତେବେ ଜାଣି ରଖନ୍ତୁ କ’ଣ ସେହି ଉପାୟ |

– ଯଦି ଆପଣଙ୍କ କାମରେ କୌଣସି ବାଧା ଦେଖାଯାଉଛି ତେବେ ରବିବାର ଦିନ ବରଗଛର ପତ୍ରରେ ଆପଣ ମନରେ ଥିବା କଥାକୁ ଲେଖି ନଦୀରେ ଭସାଇ ଦିଅନ୍ତୁ |  ଏହି ଉପାୟ ଆପଣେଇବା ଦ୍ୱାରା ବହୁତ ଜଲଦି ମନୋକାମନା ପୂର୍ଣ୍ଣ ହୋଇଥାଏ |

ଶନିବାର ଦିନ ବରଗଛ ମୂଳରେ କ୍ଷୀର ଏବଂ କେଶର ଅର୍ପଣ କରନ୍ତୁ | ଏହା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ |

ସେହିଭଳି ଯଦି ଘରେ କଳି-ଝଗଡା ଲାଗି ରହୁଛି ତେବେ ବରଗଛ ମୂଳେ ନିୟମିତ ଘିଅ ଦୀପ ଲଗାଇ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତୁ | ଏପରି କରିବା ଦ୍ୱାରା କଳି ଝଗଡା ବନ୍ଦ ହେବା ସହ ପରିବେଶ ଶାନ୍ତ ରହିଥାଏ |

ଏଥିସହ ପରିବାର ଯଦି କୌଣସି ସଦସ୍ୟଙ୍କୁ କିଛି କାରଣ ନଥାଇ ଡର ଲାଗୁଥାଏ କିମ୍ବା ସର୍ବଦା ମାନସିକ ଚିନ୍ତାରେ ରହୁଥାନ୍ତି ତେବେ ବରଗଛ ମୂଳେ ହନୁମାନ ଚାଳିସା ପାଠ କରିବାକୁ କୁହନ୍ତୁ | ଏପରି କରିବା ଦ୍ୱାରା ମନରୁ ଭୟ ଦୂର ହେବା ସହ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ |

ସେହିପରି ଅଧିକ ଦିନ ଧରି ଦେହ ଖରାପରେ ପଡ଼ିଥିବା ବ୍ୟକ୍ତିଙ୍କୁ ଜଲଦି ଠିକ କରିବା ପାଇଁ ରାତିରେ ସେହି ବ୍ୟକ୍ତି ଶୋଉଥିବା ତକିଆ ତଳେ କିଛି ବରଗଛର ଚେର ରଖିଦିଅନ୍ତୁ | ଏପରି କରିବା ଦ୍ୱାରା ବହୁତ ଜଲଦି ସୁସ୍ଥ ହୋଇଥାନ୍ତି |

ସେହିଭଳି ବ୍ୟବସାୟରେ ସମସ୍ୟା ଦେଖାଯାଉଥିଲେ ଶନିବାର ଦିନ ବରଗଛ ମୂଳେ ଏକ ପାନ, ଗୁଆ ଏବଂ ଟଙ୍କିକିଆ ମୁଦ୍ରାଟିଏ ରଖିଦିଅନ୍ତୁ | ଏପରି କରିବା ଦ୍ୱାରା ବ୍ୟବସାୟରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ | ଏଥିସହ ଏହି ବୃକ୍ଷ ମୂଳେ ଘିଅ ଦୀପ ଲଗାଇବା ଦ୍ୱାରା ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରିବାର ଆଶା ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.