Below header

ଆଉ ଗୋଟେ ମ୍ୟାଚ ହାରିଲେ ମଉଳିଯିବ ଚେନ୍ନାଇ ସୁପରକିଙ୍ଗସର ଟାଇଟଲ ଆଶା, ବାଙ୍ଗାଲୋରକୁ ଚ୍ୟାଲେଞ୍ଜ ଦେବ ଚେନ୍ନାଇ

ଆଜିର ଆଇପିଏଲରେ ୨୨ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଲଗାତାର ୪ଟି ମ୍ୟାଚ୍ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ଜରୁରୀ ରହିଛି। ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି।

ଶେଷ ଥର ପାଇଁ ସୁପରକିଙ୍ଗ୍ସ ୨୦୧୦ରେ ପ୍ରଥମ ୪ଟି ମ୍ୟାଚ୍ ପରାଜିତ ହୋଇଥିଲା । କିନ୍ତୁ ସେହିବର୍ଷ ଚେନ୍ନାଇ ଟାଇଟଲ ମଧ୍ୟ ଜିତିଥିଲା। ଯଦି ଆଉ ଗୋଟିଏ ମ୍ୟାଚ ସୁପରକିଙ୍ଗ୍ସ ହାରିଯାଏ ତେବେ ଟାଇଟଲ ଆଶା ମଉଳିଯିବ। ଗତ ସିଜନରେ ସୁପରକିଙ୍ଗ୍ସକୁ ଚାମ୍ପିଅନ୍ କରାଇଥିବା ଫାଫ ଡୁ ପ୍ଲେସି ବର୍ତ୍ତମାନ ରୟାଲ୍ ଚ୍ୟାଲେଞ୍ଜର୍ସର ଅଧିନାୟକ। ଏଥିସହ ଋତୁରାଜ ଗାଏକୱାଡ ଓ ରବିନ ଉଥପ୍ପାଙ୍କ ଫର୍ମ ମଧ୍ୟ ଦଳକୁ ଚିନ୍ତାରେ ପକାଇଛି।

ରୟାଲ୍ ଚ୍ୟାଲେଞ୍ଜର୍ସ ୪ଟି ମ୍ୟାଚ୍ ଖେଳି ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଦଳରେ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଭଳି ଷ୍ଟାର୍ ବ୍ୟାଟର ରହିଥିଲେ ହେଁ ଦିନେଶ କାର୍ତ୍ତିକଙ୍କ ଉପରେ ଦର୍ଶକଙ୍କ ନଜର ରହିବ।

ସୁପରକିଙ୍ଗ୍ସ: ରବିନ ଉଥପ୍ପା, ଋତୁରାଜ ଗାଏକୱାଡ, ମୋଇନ ଅଲି, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା(ଅଧିନାୟକ), ମହେନ୍ଦ୍ର ସିଂ ଧୋନି, ଡ୍ୱେନ ବ୍ରାଭୋ, ଡ୍ୱେନ ପ୍ରିଟୋରିୟସ, କ୍ରିସ ଜୋର୍ଡାନ, ମୁକେଶ ଚୌଧୁରୀ/ତୁଷାର ଦେଶପାଣ୍ଡେ ।

ରୟାଲ ଚ୍ୟାଲେଞ୍ଜର୍ସ: ଫାଫ ଡୁ ପ୍ଲେସି(ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ୍, ଦିନେଶ କାର୍ତ୍ତିକ, ଶାହବାଜ ଅହମ୍ମଦ, ଡେଭିଡ୍ ୱିଲି, ୱାନିଣ୍ଡୁ ହସରଙ୍ଗା, ସିଦ୍ଧାର୍ଥ କୌଲ, ମହମ୍ମଦ ସିରାଜ, ଆକାଶ ଦୀପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.