Below header

ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା: ପ୍ରଥମ ଥର ପାଇଁ ଡ୍ରୋନ୍‌ରେ ଲ୍ୟାବ୍‌କୁ ଗଲା ଟିବି ରୋଗୀଙ୍କ ଲାଳ ନମୁନା

ଚିକିତ୍ସା କ୍ଷେତ୍ରରେ ନୂଆ ଟେକ୍ନିକ୍‌ ବ୍ୟବହାର କରିବାରେ ଭାରତକୁ ମିଳିଲା ବଡ଼ ସଫଳତା। ଦେଶରେ ପ୍ରଥମ ଥର ଟିବି ରୋଗୀର ଲାଳ ସାମ୍ପଲକୁ ଡ୍ରୋନ୍‌ ସାହାଯ୍ୟରେ ଲ୍ୟାବ୍‌କୁ ପଠାଯାଇଛି। ଏହା ସାହାଯ୍ୟରେ ପାହାଡ଼ିଆ ଅଞ୍ଚଳରେ ସାମ୍ପଲ ପଠାଇବା ଖର୍ଚ୍ଚ ଦୁଇ ଚକିଆ ଗାଡ଼ି ତୁଳନାରେ ୪ ଗୁଣ କମ୍‌ ହୋଇଛି। ଏଥିସହ ୫ ଗୁଣ ସ୍ପିଡ୍‌ରେ ସାମ୍ପଲ ଲ୍ୟାବ୍‌ରେ ପହଞ୍ଚିପାରିଛି।

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର) ରବିବାର ଦିନ ସୂଚନା ଦେଇଛି ଯେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଜଣେ ଟିବି ରୋଗୀଙ୍କ ସାମ୍ପଲ ଆକାଶ ପଥରେ ଲ୍ୟାବ୍‌ରେ ପହଞ୍ଚାଇବା ପାଇଁ ଡ୍ରୋନ୍‌ ବ୍ୟବହାର କରାଯାଇଛି। ଗତ ୪ ବର୍ଷ ହେଲାଣି ଏ ନେଇ କାମ ଚାଲିଥିଲା। ଏବେ ଏଥିରେ ସଫଳତା ମିଳିଛି।

ବରିଷ୍ଠ ବୈଜ୍ଞାନିକ ଡା.ସମୀରନ ପଣ୍ଡା ଏହାକୁ ପୂରା ଦେଶର ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି। ତାଙ୍କ କହିବାନୁସାରେ, ଟିବି ମୁକ୍ତ ଅଭିଯାନର ଲକ୍ଷ୍ୟ ହାସଲ କରିବା ଏବେ ଆହୁରି ସହଜ ହୋଇଯିବ। ଲୋକଙ୍କ ପାଖରେ ଏହି ସୁବିଧାକୁ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।

ଆଇସିଏମ୍‌ଆରର ବରିଷ୍ଠ ଡା.ପି ଗଣେଶ କୁମାରଙ୍କ ମୁତାବକ, ହିମାଚଳ ପ୍ରଦେଶରେ ତାଙ୍କ ଟିମ୍‌ ପାଖାପାଖି ୧୫୧ ଥର ଡ୍ରୋନ୍‌ ଓ ମୋଟର ବାଇକ୍‌ ଜରିଆରେ ସାମ୍ପଲକୁ ଲ୍ୟାବ୍‌କୁ ପଠାଯାଇଛି। ଏ ଅବସରରେ ଡ୍ରୋନ୍‌ ସାମ୍ପଲ ପହଞ୍ଚାଇବା ପାଇଁ ପାଖାପାଖି ୭ ମିନିଟ୍‌ର ଯାତ୍ରା ପୂରା କରିଛି। ସେହି ସ୍ଥାନକୁ ବାଇକ୍‌ରେ ପହଞ୍ଚିବା ପାଇଁ ୨୨ ମିନିଟ୍‌ ଲାଗୁଛି। ବୈଜ୍ଞାନିକମାନେ କହିଛନ୍ତି, ଡ୍ରୋନ୍‌ରେ ପାଖାପାଖି ୫୧.୬ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଇକ୍‌ରେ ୧୦୬.୨୮ ଟଙ୍କା ଖର୍ଚ୍ଚ ହୁଏ।

Also Read: କାଠି କିମ୍ବା ଚାବିରେ କାନ ସଫା କରିବା ଦ୍ୱାରା ହୋଇପାରନ୍ତି କାଲା, ଜାଣନ୍ତୁ ଗଇ କାଢ଼ିବାର ସଠିକ୍‌ ଉପାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.