Below header

ଆଇପିଏଲରେ ସବୁଠୁ ଟପରେ ରାଜସ୍ଥାନ ରୟାଲ୍ସ

ଆଇପିଏଲରେ ଏପର୍ଯ୍ୟନ୍ତ ଫୁଲ ୨୧ ମ୍ୟାଚ ଖେଳାଯାଇଛି । କେକେଆର ଓ ଏଲଏସଜି ସବୁଠୁ ବେଶୀ ୫-୫ ମ୍ୟାଚ ଖେଳିଛନ୍ତି । ବାକି ଅନ୍ୟ ସମସ୍ତ ଟିମ ମଧ୍ୟରେ ୪-୪ ମୁକାବିଲା ହୋଇଛି । ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୨ର ଟେବୁଲରେ ଟପରେ ରହିଛି । ଏହି ଟିମ ନିଜର ୪ଟି ମ୍ୟାଚରୁ ୩ମ୍ୟାଚ ଜିତି ୬ ଅଙ୍କ ହାସଲ କରିଛି । କେକେଆର , ଆରସିବି, ଏଲଏସଜି ଓ ଜିଟି ମଧ୍ୟ ଏତିକି ମ୍ୟାଚ ଜିତିଛନ୍ତି ଓ ୬ ଅଙ୍କ ହାସିଲ କରିଛନ୍ତି କିନ୍ତୁ ଏ ସମସ୍ତ ଟିମ ରନ ରେଟ ମାମଲାରେ ରାଜସ୍ଥାନ ରୟାଲ୍ସ ଠାରୁ ପଛରେ ଅଛନ୍ତି । ପର୍ପଲ ଓ ଅରେଞ୍ଜ କ୍ୟାପ ଉପରେ ମଧ୍ୟ ରାଜସ୍ଥାନ ରୟାଲ୍ସର କବଜା ରହିଛି ।

table1
Picture credit-NEWS18

ଆର ଆର ଟିମର ୟୁଜବେନ୍ଦ୍ର ଚହଲ ୧୧ୱିକେଟ ସହ ଏହି ସିଜିନରେ ସବୁଠୁ ବେଶୀ ୱିକେଟ ନେଲାବାଲା ପ୍ଲେୟାର ହୋଇଛନ୍ତି । ସେହି କ୍ରମରେ ରାଜସ୍ଥାନ ରୟାଲ୍ସର ଜୋସ ବଟଲର ଏହି ସିଜନର ଲିଡ ସ୍କୋରର ଅଟନ୍ତି ।

ସେହିପରି ଦିଲ୍ଲୀ କ୍ୟାପିଟାଲ ୪ଟି ମ୍ୟାଚରୁ ରୁ ୨ଟି, ପଞ୍ଜାବ କିଙ୍ଗ୍ସ ୪ରୁ ୨, ସନରାଇଜର୍ସ ହାଇଦ୍ରାବାଦ ୩ରୁ୧ ମ୍ୟାଚ ଜିତିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୪ରୁ କୌଣସି ମ୍ୟାଚ ଜିତିନାହିଁ । ସେହିଭଳି ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ୪ଟି ମ୍ୟାଚ ଖେଳି କେଉଁଥିରେ ବି ଜିତ ହାସିଲ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.