ଆମ୍ବ ଲେମ୍ବୁ ତ ଖାଇଥିବେ ଏବେ ଏପରି ବନାନ୍ତୁ ତେନ୍ତୁଳି ଲଙ୍କା ଆଚାର, ଜାଣନ୍ତୁ କେମିତି ବନାଇବେ

ଖାଦ୍ୟର ସ୍ୱାଦ ବଢ଼ାଇବା ହେଉ କିମ୍ବା ଭୋକ ହେଉ ଉଭୟ କାମ ପାଇଁ ଆଚାର ବଢ଼ିଆ କାମ କରିଥାଏ। ଆପଣ ଆମ୍ବ, ଲେମ୍ବୁ, ଲଙ୍କା ଆଚାର ଖାଇଥିବେ କିନ୍ତୁ କେବେ ଆପଣ ସାଉଥ୍ ଇଣ୍ଡିଆନ୍ ଷ୍ଟାଇଲ ତେନ୍ତୁଳି ଲଙ୍କା ଆଚାର ଟ୍ରାଏ କରିଛନ୍ତି। ଆଜ୍ଞା ହଁ, ଏହି ଆଚାର ଖାଇବା ପାଇଁ ଯେକିତି ସ୍ୱାଦିଷ୍ଟ ହୋଇଥାଏ ଏହାକୁ ବନାଇବା ସେତିକି ସହଜ ହୋଇଥାଏ। ଖାସ୍ କଥା ହେଉଛି ଏହି ଆଚାରକୁ ବନାଇବା ଆପଣ ସପ୍ତାହ ପର୍ଯ୍ୟନ୍ତ କାଚ ବୋତଲରେ ରଖି ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ତେନ୍ତୁଳି ଲଙ୍କା ଆଚାର ବନାଇବା ପାଇଁ ସାମଗ୍ରୀ
- ଲଙ୍କା
- ତେନ୍ତୁଳି
- ତେଲ
- ହେଙ୍ଗୁ
- ଗୁଡ
ତେନ୍ତୁଳି ଲଙ୍କା ଆଚାର ପାଇଁ ପ୍ରସ୍ତୁତି ପ୍ରଣାଳୀ
ସାଉଥ୍ ଇଣ୍ଡିଆନ୍ ତେନ୍ତୁଳି ଲଙ୍କା ଆଚାର ବନାଇବା ପାଇଁ ସର୍ବପ୍ରଥମେ ସୁଖିଲା ଲଙ୍କାକୁ ଧୋଇ ପୋଛି ଦିଅନ୍ତୁ। ଆପଣ ଚାହିଁବେ ତ ଲଙ୍କାକୁ ମଝିରେ କାଟି ବି ପାରିବେ। ଏହି ଲଙ୍କାକୁ ଧୀମା ଆଞ୍ଚରେ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଏଥିରେ ତେନ୍ତୁଳି ଏବଂ ଗୁଡ ପକାଇ କିଛି ସମୟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏବେ ଏଥିରେ ସବୁ ଜିନିଷର ପେଷ୍ଟ ବନାଇ ପୁଣି ଥରେ ହେଙ୍ଗୁରେ ମିକ୍ସ କରନ୍ତୁ। ଏହାପରେ ଆଞ୍ଚରୁ ବାହାର କରି ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଆପଣ ଏହି ଆଚାରକୁ ଅନେକ ସପ୍ତାହ ପର୍ଯ୍ୟନ୍ତ ରଖି ଖାଇପାରିବେ।