ଭଦ୍ରକ: ପଞ୍ଚାୟତ ନିର୍ବାଚନ ପାଇଁ ସରଂକ୍ଷଣ ତାଲିକାରେ ବ୍ୟାପକ ବେଆଇନ କାର୍ଯ୍ୟ ହୋଇଥିବା ଅଭିଯୋଗ, ବିଜେପିର ପ୍ରତିବାଦ

ଭଦ୍ରକ(କେନ୍ୟୁଜ୍):  ଭୋଟର ତାଲିକାରେ ଜାଲିଆତି ଓ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବ୍ୟାପକ ଭାବେ ବେଆଇନ କାର୍ଯ୍ୟ କରାଯାଇଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ । ବିରୋଧି ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ଗାନ୍ଧୀ ପଡିଆରୁ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ ।

bhadrak 1

ଏଥିରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ. ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ବହୁ ବରିଷ୍ଟ ବିଜେପି ନେତା ମାନେ ଉପସ୍ଥିତଥିଲେ । ପ୍ରତିବାଦ ସଭା ଚାଲୁଥିବା ବେଳେ ବିଜେପି କର୍ମୀମାନେ ଜ଼ିଲ୍ଲାପାଳଙ୍କ ଗେଟ ସମ୍ମୁଖରେ ବିକ୍ଷୋଭ କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ପୋଲିସ ମୁତୟନ କାରଯାଇଛି । ଘଟଣାସ୍ଥଳରେ ଭଦ୍ରକ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.