Below header

ଆଜି ହିଁ ଘରେ ପ୍ରସ୍ତୁତ କରି ଖାଆନ୍ତୁ ଓ ଖୁଆନ୍ତୁ ଟେଷ୍ଟି ‘ବ୍ରେଡ ମଲାଈ ରୋଲ’

ଖାଇବା ପରେ ମିଠା ଖାଇବା ପ୍ରାୟ ଅଧିକାଂଶ ଲୋକଙ୍କ ପସନ୍ଦ ।  ଅନେକ ସମୟରେ ବଜାରରୁ କିଣା ଯାଇଥିବା ମିଠା ହିଁ ଖାଇଥାନ୍ତି ।  କିନ୍ତୁ ଜାଣନ୍ତି କି ଘରେ ବି ଆପଣ ଅତି ସହଜରେ ମିଠା ପ୍ରସ୍ତୁତ କରି ଖାଇପାରିବେ ।  ଏହା ବାହାର ମିଠା ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟପ୍ରଦ ।  ତେବେ ଘରେ ଥରେ ପ୍ରସ୍ତୁତ କରି ଖାଆନ୍ତୁ ଓ ଖୁଆନ୍ତୁ ‘ବ୍ରେଡ ମଲାଈ ରୋଲ’ ।  ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ଗୋଟେ ଛୋଟ ଚାମଚ ଲହୁଣୀ ବା ବଟର

୨. କ୍ଷୀର – ଗୋଟେ କପ

୩. ୨ ଚାମଚ କ୍ରିମ

୪. ୨ କପ ମିଳକ ପାଉଡର

bread

୫. ଚିନି – ଏକ କପ

୬. ଗୁଜୁରାତି ପାଉଡର- ଏକ ଚାମଚ

୭. ବ୍ରେଡ ପିସ- ୪ ଟି

୮. କାଜୁ – ୪ ଟି

୯. ବାଦାମ – ୪ଟି

୧୦. କେଶର ଯୁକ୍ତ କ୍ଷୀର – ୨ ଚାମଚ

୧୧. ଚେରି – ପସନ୍ଦ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:

– ଏକ ତାୱା ଗରମ କରି ସେଥିରେ ଏକ କପ କ୍ଷୀର, କ୍ରିମ,ଏକ ଚାମଚ ଲହୁଣୀ ଦିଅନ୍ତୁ

– ଭଲ ଭାବେ ହଲାଇ ମିଶାଇ ଦିଅନ୍ତୁ

– ଏବେ ସେଥିରେ କିଛି ମିଳକ ପାଉଡର ଦିଅନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ

– ମିଶ୍ରଣଟି ବହଳିଆ ହେବା ପରେ ତାକୁ ଚୁଲିରୁ ଓଲ୍ହାଇ ଦିଅନ୍ତୁ

bread role

– ଏବେ ଏକ କଡ଼ାଇରେ ଏକ କପ କ୍ଷୀର ଗରମ କରନ୍ତୁ ।  ସେଥିରେ ବଳକା ଥିବା କ୍ରିମ ଦିଅନ୍ତୁ

– ଏବେ ସେଥିରେ ଚିନି ଦିଅନ୍ତୁ ।  ଚିନି ଯେମିତି ଭଲ ଭାବେ ମିଶିଯିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ

– ଏବେ ସେଥିରେ ଗୁଜୁରାତି ଗୁଣ୍ଡ ଦିଅନ୍ତୁ

– ଏବେ ବ୍ରେଡ ସ୍ଲାଇସ ନିଅନ୍ତୁ ଓ ତାର ଚାରି ପାଖରେ ଟ୍ରିମିଙ୍ଗ ରୋଲ କରନ୍ତୁ

– ଏକ ଚାମଚ ମାବା ପେଷ୍ଟ ଓ କଟା ଯାଇଥିବା କାଜୁ ଓ ବାଦାମ ଭଲ ଭାବେ ଲଗାନ୍ତୁ

– ଏବେ ତାକୁ ମୋଡ଼ି ଏକ ଟାଇଟ ରୋଲ ପ୍ରସ୍ତୁତ କରନ୍ତୁ ।

– ଏବେ ଏହି ରୋଲ ଗୁଡିକୁ ଧୀରେ ଧୀରେ କ୍ଷୀରରେ ପକାନ୍ତୁ ।

– ପ୍ରସ୍ତୁତ ହେବା ପରେ ଭଲ ଭାବେ ଥଣ୍ଡା କରି ଦିଅନ୍ତୁ ।  ଥଣ୍ଡା ହେବା ପରେ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.