ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ ବଢ଼ୁଛି କରୋନା ଆତଙ୍କ, ୨୦୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ

ଚୀନ୍‌ରେ କରୋନା ଭାଇରସ୍‌ର ଆତଙ୍କ ସମ୍ପୂର୍ଣ୍ଣ ଥମିନଥିଲେ ମଧ୍ୟ ଧୀରେ ଏଥିରେ ମୃତ୍ୟୁହାର କମୁଛି। ଅନ୍ୟପଟେ ଏହି ଭାଇରସ୍‌ ଏବେ ଦକ୍ଷିଣ କୋରିଆରେ ନିଜ କାୟାବିସ୍ତାର କରିବା ଆରମ୍ଭ କରିଛି। ଶୁକ୍ରବାର ଏହି ମାରାତ୍ମକ ରୋଗ ଯୋଗୁ ଚୀନ୍‌ରେ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୂଆ କରି ୩୨୭ଟି ମାମଲା ସାମ୍ନାକୁ ଆସିଛି। ଆଜି ପର୍ଯ୍ୟନ୍ତ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରେ ଏହି ହାର ଖୁବ୍‌ କମ୍‌। ଏହି ବିଷାଣୁ କାରଣରୁ ହୁଓ୍ଵାଇ ପ୍ରାନ୍ତରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ବେଜିଂର ବୋଲି ଜଣାପଡ଼ିଛି। ଚୀନ୍‌ରେ ସମୁଦାୟ ୭୮.୮୨୪ ଜଣ ଲୋକ କୋବିଡ୍‌-୧୯ରେ ସଂକ୍ରମିତ ହୋଇଥିବା ଜଣାଯାଇଛି।

corona2

ତେବେ ଚୀନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଅନ୍ୟ ଦେଶରେ ଏହି ହାର ବଢ଼ିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବର୍ତ୍ତମାନ ଜାତୀୟ ବିପତ୍ତି ଘୋଷଣା କରିବା ସହ ସବୁ ଦେଶକୁ ସଚେତନ ରହିବାକୁ ପରାମର୍ଶ ଦେଇଛି। ଦକ୍ଷିଣ କୋରିଆରେ କରୋନା ଭାଇରସ୍‌ର ୨୫୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୦୨୨ରେ ପହଞ୍ଚିଛି। ଦକ୍ଷିଣ କୋରିଆର ଦାଏଗୁ ସହର ଓ ପଡ଼ୋଶୀ ଉତ୍ତର ଗୌଙ୍ଗସାଙ୍ଗରେ ୯- ପ୍ରତିଶତ ଅଧିକ ମାମଲା ସାମ୍ନାକୁ ଆସିଛି।

corona3

ଦକ୍ଷିଣ କୋରିଆରେ ଯେଉଁ ଅନୁପାତରେ ଏହି ବିଷାଣୁର ପରିମାଣ ବୃଦ୍ଧି ପାଉଛି ତାହାକୁ ଦେଖିଲେ କରୋନାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ମାରାତ୍ମକ ରୋଗୀଙ୍କ ସଂଖ୍ୟା ଆଗାମୀ ଦିନରେ ୩୦୦୦ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଦାଏଗୁ ସହରର ମେୟର କ୍ୱେନ୍‌ ୟଙ୍ଗ ଜିନ୍‌ ଆଶଙ୍କା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.