Below header

ତେଲ ସରି ଯାଇଥିବାରୁ ଜରୁରୀ ଅବତରଣ କରିଥିଲା ହେଲିକପ୍ଟର

କେଉଁ ପରିସ୍ଥିତିରେ ଅବତରଣ କରିଥିଲା ହେଲିକପ୍ଟରଟି ଏବେ ତାହା ଜଣ ପଡିଛି । ତେଲ ସରି ଯାଇଥିବାରୁ ଜରୁରୀ ଅବତରଣ କରିଥିଲା ହେଲିକପ୍ଟର । ଏହାପରେ ହେଲିକପ୍ଟରରେ ତେଲ ଆଣି ପକାଯାଇବା ଦେଖିବାକୁ ମିଳିଛି ।

ଢେଙ୍କାନାଳ(କେନ୍ୟୁଜ): ଚଳଚଞ୍ଚଳ ଥିଲା ସହର । ସଭିଏଁ ଥିଲେ ନିଜ ନିଜ କାମରେ ବ୍ୟସ୍ତ । ଏହି ସମୟରେ ହଠାତ୍ ଆଜି ସକାଳୁ ସକାଳୁ ଏକ ଧଳା ରଙ୍ଗର ହେଲିକପ୍ଟର ଢେଙ୍କାନାଳ ସହର ଭିତରେ ଅବତରଣ କରିଥିଲା । ଯାହାକୁ ଦେଖି ସାଧାରଣ ଲୋକଙ୍କ ଭିତରେ ବଢିଯାଇଥିଲା କୌତୁହଳ । ହେଲିକପ୍ଟର ଦେଖିବାକୁ ଧାଇଁଥିଲେ ସଭିଏଁ । ଦେଖୁ ଦେଖୁ ସହର ଯାକ ପ୍ରଚାର ହୋଇଗଲା ଖବର । କିନ୍ତୁ ଏହା କେଉଁଠୁ ଆସିଛି, ଏଥିରେ କିଏ ଆସିଛନ୍ତି ଓ କାହିଁକି ଆସିଛନ୍ତି ଏନେଇ କୌଣସି ସୂଚନା ନଥିଲା ପ୍ରଶାସନ ପାଖରେ ।

ତେବେ ଢେଙ୍କାନାଳ ସହର ସ୍ଥିତ ମହିଷା ପାଟ ପଲ୍ଲିଶ୍ରୀ ପଡ଼ିଆ ଭିତରେ ହଠାତ୍ ଅବତରଣ କରିଥିଲା ଏହି ଘରୋଇ ହେଲିକପ୍ଟର । ହେଲିକପ୍ଟରଟିର ଅବତରଣ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନଥାଇ ଅବତରଣ କରିଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ହେଲିକପ୍ଟରଟିରେ ACE AIR SERVICE ବୋଲି ଲେଖା ହୋଇଥିଲା । ଯାହାକୁ ନେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।

ଏପଟେ ନିର୍ବାଚନ ଫ୍ଲାଇଙ୍ଗ ସ୍କାର୍ଡ ମଧ୍ୟ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହିତ ପଚରାଉଚରା କରିଯାଇ ଯାଞ୍ଚ କରାଯିବ ବୋଲି କହିଥିଲା । ହେଲେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଏବେ ମିଳିଛି ।

କେଉଁ ପରିସ୍ଥିତିରେ ଅବତରଣ କରିଥିଲା ହେଲିକପ୍ଟରଟି ଏବେ ତାହା ଜଣ ପଡିଛି । ତେଲ ସରି ଯାଇଥିବାରୁ ଜରୁରୀ ଅବତରଣ କରିଥିଲା ହେଲିକପ୍ଟର । ଏହାପରେ ହେଲିକପ୍ଟରରେ ତେଲ ଆଣି ପକାଯାଇବା ଦେଖିବାକୁ ମିଳିଛି । ତେଲ ଆଣି ପକାଇବା ପରେ ପୁଣି ଉଡାଣ ଭରିଛି ହେଲିକପ୍ଟରଟି । ହେଲିକପ୍ଟର ଅବତରଣକୁ ନେଇ ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁ ସନ୍ଦେହ ଦୁର ହୋଇଥିବାବେଳେ ସହରରେ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.