Below header

କରୋନାରୁ ସୁସ୍ଥ ହେବା ପରେ ଘରକୁ ଭଲ ଭାବେ ସାନିଟାଇଜ ନ କଲେ ପୁଣି ହୋଇପାରନ୍ତି ସଂକ୍ରମିତ, ଜାଣନ୍ତୁ ସାନିଟାଇଜ କରିବାର ସଠିକ ଶୈଳୀ

କରୋନା ଏବେ ସାରା ବିଶ୍ୱ ବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଅନେକ ଲୋକ ଏବେ ବି ହସ୍ପିଟାଲରେ ଲଢ଼େଇ କରୁଛନ୍ତି। ସେହିପରି ଆଉ କିଛି ଘରେ ଆଇସୋଲେସନରେ ଅଛନ୍ତି। ତେବେ ଆପଣ ଯଦି କରୋନାରୁ ସୁସ୍ଥ ହୋଇଛନ୍ତି ତେବେ ଘରକୁ ଭଲ ଭାବେ ସାନିଟାଇଜ କରିଦିଅନ୍ତୁ। ନଚେତ ପୁଣିଥରେ ସଂକ୍ରମିତ ହେବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା କରୋନାରୁ ସୁସ୍ଥ ହେବା ପରେ ଘରକୁ କେମିତି କରିବେ ସାନିଟାଇଜ…

ଘରର ଚଟାଣକୁ ସଫା କରିବା ନିତାନ୍ତ ଆବଶ୍ୟକ। ଏଥିପାଇଁ ଏକ ବାଲ୍ଟି ଗରମ ପାଣିରେ ସାବୁନ କିମ୍ବା ଡିଟରଜେଣ୍ଟ ପାଉଡ଼ର ମିଶାଇ ଦିଅନ୍ତୁ। ଆଉ ଏକ ବାଲ୍ଟିରେ ଫ୍ଲୋର ଡିସଇନଫେକ୍ଟର ମିଶାନ୍ତୁ। ପ୍ରଥମେ ଘରକୁ ସାବୁନ ପାଣିରେ ଧୋଇଦିଅନ୍ତୁ ଓ ପରେ ଡିସଇନଫେକ୍ଟର ମିଶା ପାଣିରେ ପୋଛା ଲଗାନ୍ତୁ।

କେବଳ ଚଟାଣ ସଫା କଲେ ଇଂଫେକ୍ସନ ଯିବନାହିଁ। ଘରର ସବୁ ଜିନିଷକୁ ସାନିଟାଇଜ କରିବା ଜରୁରୀ। ରୁମର ଟେବୁଲ, ଚେୟାର, ଝରକା, କବାଟ, ସୁଇଚ୍ ଆଦିକୁ ଭଲ ଭାବେ ସାନିଟାଇଜ କରନ୍ତୁ। ରୁମରେ ଥିବା ଅନ୍ୟ ଗ୍ୟାଜେଟ ଯଥା: ଟିଭି, ଲାପଟପ୍, ମୋବାଇଲ, ରିମୋଟ, ଫ୍ରିଜର ହ୍ୟାଣ୍ଡେଲକୁ ବି ସାନିଟାଇଜ କରିବାକୁ ଯେମିତି ନ ଭୁଲନ୍ତି। ସୁସ୍ଥ ହେବା ପରେ ବେଡସିଟ୍ ଓ ତକିଆ ଖୋଳ ବଦଳାଇବା ନିହାତି ଜରୁରୀ। ନଚେତ ପୁଣି ସଂକ୍ରମିତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.