Below header

ଏକାମ୍ର କ୍ଷେତ୍ର ଯୋଜନା ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର, ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ଏକାମ୍ର କ୍ଷେତ୍ର ଯୋଜନା ପାଇଁ କମିଟି ଗଠନ । ପ୍ରୋଜେକ୍ଟ ପରାମର୍ଶଦାତା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସନ୍ତୃପ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଛନ୍ତି ସରକାର । ପ୍ରକଳ୍ପ ସମ୍ପର୍କରେ ପରିମର୍ଶ ଦେବା ସହ ଅଗ୍ରଗତିର ଅନୁଧ୍ୟାନ ସହ ସମନ୍ଵୟ ଦିଗରେ କାମ କରିବ କମିଟି । କମିଟିରେ ପୂର୍ତ୍ତ ବିଭାଗ ସଚିବ, ଆରଡିସି, ବିଏମସି କମିଶନର, ଦେବୋତ୍ତର କମିଶନର, ଏଏସଆଇ ସୁପରିଟେଣ୍ଡେଣ୍ଟ, ଖୋର୍ଦ୍ଧା ଜିଲ୍ଲାପାଳ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ପ୍ରମୁଖ ସଦସ୍ୟ ଅଛନ୍ତି ।

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଶିଳ୍ପପତି ସନ୍ତୃପ୍ତ ମିଶ୍ର କମିଟି ଅଧ୍ୟକ୍ଷ ନିଯୁକ୍ତହୋଇଛନ୍ତି । ଏବେ ସେ ଆଦିତ୍ୟ ବିର୍ଲା ଗ୍ରୁପର କାର୍ବନ ବ୍ଲାକ ଏଣ୍ଡ କେମିକାଲ୍‌ ବିଜନେସର ସିଇଓ ଅଛନ୍ତି । ଆଦିତ୍ୟ ବିର୍ଲା ମ୍ୟାନେଜମେଣ୍ଟ କର୍ପୋରେସନର ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ଭାବରେ ୧୨ ବର୍ଷ ହେବ କାମ କରୁଛନ୍ତି । ଭାରତୀୟ ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରରେ ଜଣେ ଚର୍ଚ୍ଚିତ ଚେହେରା ଓ ପ୍ରଭୁ ଲିଙ୍ଗରାଜଙ୍କର ଜଣେ ପରମ ଭକ୍ତ ସନ୍ତୃପ୍ତ ମିଶ୍ର।

ekramaତାଙ୍କୁ ଆଡଭାଇଜରୀ କମିଟି ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଥିବାରୁ ଏକାମ୍ପ କ୍ଷେତ୍ର ପ୍ରକଳ୍ପ ଅଧିକ ତ୍ୱରାନ୍ଵିତ ହେବ ସହ କାମ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି । ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଚାରିପାଖରେ ମୋଟ ୮୦ ଏକର ଅଞ୍ଚଳର ଉନ୍ନତିକରଣ କରାଯିବ। ଐତିହ୍ୟ, କିର୍ତ୍ତୀରାଜି , ପବିତ୍ର ଜଳାଶୟର ସଂରକ୍ଷଣ ଓ ପୁନରୁଦ୍ଧାର ହେବ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଲି ସମସ୍ତ ବ୍ୟବସ୍ଥା କରାଯିବ। ଏହି ଏକାମ୍ର ଯୋଜନାକୁ ସାକାର କରିବା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ପ୍ରକଳ୍ପ ପରାମର୍ଶଦାତା କମିଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.