ଯୌତୁକ ଦେଇପାରିଲେନି ବୋଲି ଭାଙ୍ଗିଗଲା ବାହାଘର, ବରକୁ ଗିରଫ କଲା କାକଟପୁର ପୋଲିସ୍

କାକଟପୁର: ଯୌତୁକ ଦେଇପାରିଲେନି ବୋଲି ଭାଙ୍ଗିଗଲା ବାହାଘର । କାକଟପୁରରୁ ଆସିଛି ଏଭଳି ଅଭିଯୋଗ । କାକଟପୁର ବ୍ଲକର ବାଘମୁଣ୍ଡା ଗ୍ରାମର ରାଜେଶ ରଥ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପରିବାରର ସହମତିରେ ବିବାହ ମଧ୍ୟ ସ୍ଥିର ହୋଇଥିଲା । ଏପରିକି କନ୍ୟା ଘର ଯୌତୁକ ଆକାରରେ ବର ପକ୍ଷକୁ ଆଗୁଆ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ ।

କିନ୍ତୁ ପରେ ବର ଘର ଆହୁରି ୮୦ ହଜାର ଟଙ୍କା ଓ ବୁଲେଟ ଗାଡି ଡିମାଣ୍ଡ କରିଥିଲେ । ଯାହା କନ୍ୟା ଘର ପକ୍ଷେ ଅସମ୍ଭବ ଥିଲା । ତେବେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ଯୌତୁକ ପାଇଁ ବାହାଘର ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ପରେ କାକଟପୁର ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.