ପବ୍ଲିକ Wi-Fi ବ୍ୟବହାର କରୁଥିବା ବେଳେ ଆପଣାନ୍ତୁ ଏହି ଟ୍ରିକ୍, ନଚେତ୍ ଚୋରି ହୋଇପାରେ ସବୁ ଡାଟା

ବର୍ତ୍ତମାନ ସମୟରେ ବଡ଼ ବଡ଼ ସପିଂ ମଲ, ଏୟାରପୋର୍ଟ, ରେଳ ଷ୍ଟେସନ, ରେସ୍ତୋରା, ଲାଇବ୍ରେରୀ ପ୍ରଭୃତି ସ୍ଥାନରେ ପବ୍ଲିକ ୱାଇଫାଇ ସୁବିଧା ଉପଲବ୍ଧ ଅଛି। ଏଠାକୁ ଆସୁଥିବା ଲୋକେ ମାଗଣାରେ ଖୁବ ନେଟର ମଜା ଉଠାନ୍ତି। ମାତ୍ର ଅଧିକାଂଶ ଲୋକ ଜାଣିନାହାନ୍ତି ଯେ ପବ୍ଲିକ ୱାଇଫାଇର ବ୍ୟବହାର କରିବା ବିପଦଜ୍ଜନକ ହୋଇପାରେ। ଅଧିକାଂଶ ହ୍ୟାକର wifi ଜରିଆରେ ହିଁ ଡାଟା ଚୋରି କରିଥାନ୍ତି। କିନ୍ତୁ ଆମେ ଆପଣଙ୍କୁ କିଛି ଏଭଳି ଟ୍ରିକ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜ ଡାଟା ସୁରକ୍ଷିତ ରଖିପାରିବେ…

  • ପବ୍ଲିକ ପ୍ଲେସରେ ୱାଇ ଫାଇ ବ୍ୟବହାର କରୁଥିଲେ ପ୍ରଥମେ ନେଟୱାର୍କ ଭେରିଫାଏ କରନ୍ତୁ। ଏହା ଦ୍ୱାରା ଆପଣଙ୍କ କନେକସନ ଅଧିକ ସୁରକ୍ଷିତ ରହିବ।
  • ପବ୍ଲିକ ନେଟୱାର୍କ ବ୍ୟବହାର କରିବା ବେଳେ VPN ବା ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ ଚୟନ କରନ୍ତୁ। ଏହା ଆପଣଙ୍କ ଡାଟାକୁ ସୁରକ୍ଷିତ ରଖିବ।
  • ଯେତେବେଳେ ବି କୌଣସି ଜିନିଷ ସର୍ଚ୍ଚ କରୁଛନ୍ତି ୱେବ ଆଡ୍ରେସରେ http ଅଛି କି ନାହିଁ ଚେକ କରନ୍ତୁ। Http ଥିବା ୱେବ ଆଡ୍ରେସ ସୁରକ୍ଷିତ ହୋଇଥାଏ।
  • ମୋବାଇଲରେ ଆଣ୍ଟି ଭାଇରସ ବ୍ୟବହାର କରନ୍ତୁ। ଏହା ଦ୍ୱାରା ସମସ୍ତ ଡାଟା ସୁରକ୍ଷିତ ରହିବ ଓ କେହି ହ୍ୟାକ କରିପାରିବେ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.