Below header

ଜାଣନ୍ତୁ କାନ ସଫା କରିବାର ସଠିକ ଉପାୟ, ଆପଣାନ୍ତୁ ଏହିସବୁ ଟିପ୍ସ

କାନରେ ଘା ’ଏକ ସାଧାରଣ କଥା ନୁହେଁ । ଏହା ଆମ ସମସ୍ତଙ୍କ ସହିତ ଘଟେ ଏବଂ ସମୟ ସମୟରେ ଏହାକୁ ସଫା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ନିଜ କାନକୁ ଠିକସେ ସଫା କରୁନାହାନ୍ତି ତେବେ ଆପଣଙ୍କର କାନରେ ଯନ୍ତ୍ରଣା, କୁଣ୍ଡାଇ ହେବା କିମ୍ବା ବଧିରତା ଭଳି ସମସ୍ୟା ହୋଇପାରେ । ଯଦି ଆପଣ ଜାଣିବାକୁ ଚାହାଁନ୍ତି କି କାନ ସଫା କିପରି କରିବେ ? ତାହେଲେ ନିଶ୍ଚିତ ଭାବରେ ଏହି ଟିପ୍ସ ଗୁଡିକ ଫଲୋ କରନ୍ତୁ ।

ଗରମ ପାଣି- ହାଲକା ଗରମ ପାଣିକୁ ତୁଳା ସାହାଯ୍ୟରେ କାନ ଭିତରେ ଧୀରେ ଧୀରେ ଢାଳନ୍ତୁ । କାନକୁ କିଛି ସମୟ ଏହିପରି ରଖି କିଛି ସେକେଣ୍ଡ ପରେ କାନକୁ ଓଲଟା କରି ପାଣି ବାହାର କରିଦିଅନ୍ତୁ । କାନ ସଫା କରିବାର ଏହା ହେଉଛି ସବୁଠାରୁ ସହଜ ଉପାୟ ।

ତେଲ- ଅଲିଭ୍, ବାଦାମ କିମ୍ବା ସୋରିଷ ତେଲରେ ଅଳ୍ପ ରସୁଣ ପକାଇ ଏହାକୁ ଗରମ କରନ୍ତୁ । ଏହି ତେଲ ଗରମ ହେବ ପରେ ଏହାକୁ ତୁଳା ସାହାଯ୍ୟରେ କାନରେ ଢାଳନ୍ତୁ ଏବଂ କାନ ବନ୍ଦ କରିଦିଅନ୍ତୁ । ଏହା କରିବା ଦ୍ୱାରା କାନର ମଇଳା ସହଜରେ ବାହାରି ଯିବ ।

How to Safely Clean Your Ears

ପିଆଜ ରସ- ପିଆଜକୁ ରାନ୍ଧି କିମ୍ବା ଭାଜିବା ଏହାର ରସ ବାହାର କରନ୍ତୁ । ଏବେ ଏକ ଡ୍ରପ୍ କିମ୍ବା କଟନ୍ ସାହାଯ୍ୟରେ କାନରେ ଅଳ୍ପ କିଛି ପିଆଜ ରସ ପକାନ୍ତୁ । ଏହା ସହଜରେ କାନରୁ ମଇଳା ବାହାର କରିଦେବ ।

ଲୁଣ ପାଣି- ଗରମ ପାଣିରେ ଲୁଣ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ କଟନ ସାହାଯ୍ୟରେ ଏହି ଘୋଳରୁ କିଛି ବୁନ୍ଦା କାନରେ ପକାନ୍ତୁ ଏବଂ ପରେ କାନକୁ ଓଲଟା କରି ବାହାରକୁ ଆଣନ୍ତୁ । କିନ୍ତୁ ମନେରଖନ୍ତୁ ଯେ କାନ ଯନ୍ତ୍ରଣା କିମ୍ବା କୌଣସି ପ୍ରକାରର କ୍ଷତ ହୋଇଥିଲେ ଏହିସବୁ ଉପାୟ ଆପଣାନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.