Below header

ଜାଣନ୍ତୁ ରୁମାଲ ଏବଂ ଟିସ୍ୟୁ ପେପର୍ ମଧ୍ୟରୁ କେଉଁଟା ବ୍ୟବହାର କରିବା ଠିକ୍ ? ନଚେତ୍ ବ୍ୟାପିବ ଭାଇରସ୍

ରୁମାଲର ଇତିହାସ ବହୁତ ପୁରୁଣା ବୋଲି କୁହାଯାଏ । ପ୍ରଥମ ଶତାବ୍ଦୀରେ ରୋମାନମାନେ ଝାଳ ପୋଛିବା ପାଇଁ କିମ୍ବା ମୁହଁକୁ ଲୁଚାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ । କିନ୍ତୁ ସମୟକ୍ରମେ ରୁମାଲ ବ୍ୟବହାର କରିବାରେ ପରିବର୍ତ୍ତନ ଆସିଲା । ଟିସ୍ୟୁର ଆରମ୍ଭ ଦ୍ବିତୀୟ ଶତାବ୍ଦୀରେ ଚୀନରେ ନିର୍ମାଣ କରାଯାଇଥିବା କୁହାଯାଏ ।

ରୁମାଲ ଏବଂ ଟିସ୍ୟୁକୁ ଆମେ ପ୍ରତ୍ୟେକ ଦିନ ବ୍ୟବହାର କରିଥାଉ । ବାହାରକୁ ବାହାରିବା ମାତ୍ରେ ସମସ୍ତେ ନିଜ ସାଙ୍ଗରେ ରୁମାଲ ହେଉ କି ଟିସ୍ୟୁ ପେପର୍ ହେଉ ସାଙ୍ଗରେ ଧରି ଯାଇଥାନ୍ତି । ଥଣ୍ଡା ସମୟରେ ମୁହଁ ପୋଛିବା ପାଇଁ ସମସ୍ତେ ଏହି ଦୁଇଟି ଜିନିଷକୁ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ବ୍ୟବହାର କରୁଥିବା ଏହି ଦୁଇଟି ଜିନିଷ ମଧ୍ୟରୁ କେଉଁଟା ପରିବେଶ ପାଇଁ ଭଲ । ଆମେ ଆପଣଙ୍କୁ ଏହି ରୁମାଲ ଏବଂ ଟିସ୍ୟୁ ମଧ୍ୟରେ କେଉଁଟି ବ୍ୟବହାର କରିବା ଭଲ ହେବ ସେ ବିଷୟରେ ଜଣାଇବୁ ।

ରୁମାଲର ଇତିହାସ ବହୁତ ପୁରୁଣା ବୋଲି କୁହାଯାଏ । ପ୍ରଥମ ଶତାବ୍ଦୀରେ ରୋମାନମାନେ ଝାଳ ପୋଛିବା ପାଇଁ କିମ୍ବା ମୁହଁକୁ ଲୁଚାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ । କିନ୍ତୁ ସମୟକ୍ରମେ ରୁମାଲ ବ୍ୟବହାର କରିବାରେ ପରିବର୍ତ୍ତନ ଆସିଲା । ଟିସ୍ୟୁର ଆରମ୍ଭ ଦ୍ବିତୀୟ ଶତାବ୍ଦୀରେ ଚୀନରେ ନିର୍ମାଣ କରାଯାଇଥିବା କୁହାଯାଏ । ଯେଉଁ ଟିସ୍ୟୁକୁ ଆପଣ ଜାଣିଛନ୍ତି ତାହା ମେକଅପ୍ ରିମୋଭ ଏବଂ ନାକ ପୋଛିବା ପାଇଁ କରାଯାଇଥିଲା । ୧୦୦ ବର୍ଷ ପୂର୍ବରୁ କପଡା ରୁମାଲକୁ ମୃତ୍ୟୁର ପତାକା ଭାବରେ କୁହାଯାଉଥିଲା କାରଣ ଏଥିରେ ଜୀବାଣୁ ରହୁଥିଲା ଏବଂ ଯେଉଁ ପକେଟରେ ଏହା ରହୁଥିଲା ତାକୁ ମଧ୍ୟ ଦୂଷିତ କରୁଥିଲା । କିନ୍ତୁ କାଶ କିମ୍ବା ଛିଙ୍କିବା ଦ୍ବାରା ଜୀବାଣୁ ଅନ୍ୟ ଲୋକଙ୍କୁ ନବ୍ୟାପିବା ପାଇଁ ଲୋକମାନେ ରୁମାଲ ବ୍ୟବହାର ଜାରି ରଖିଥିଲେ ।

ଅନୁସନ୍ଧାନ ଅନୁସାରେ ସୂତା ରୁମାଲରେ ନାକ ପୋଛିବା ପରେ ସେହି ରୁମାଲରେ ଅନ୍ୟ କୌଣସି ଜିନିଷକୁ ଛୁଇଁବା ଦ୍ବାରା ଭାଇରସ ବ୍ୟାପିବାର ଆଶଙ୍କା ରହିଥାଏ । କିନ୍ତୁ ପବନ ଦ୍ବାରା ବ୍ୟାପୁଥିବା ବାକ୍ଟେରିଆ ଟିସ୍ୟୁରେ ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତି ନାହିଁ । ଆପଣ ଏହାକୁ ବ୍ୟବହାର କରିବା ପରେ ଫିଙ୍ଗି ଦିଅନ୍ତି । ଅନେକ ଅନୁସନ୍ଧାନ ଅନୁସାରେ ରୁମାଲ ଶ୍ବାସକ୍ରିୟା ଏରୋସୋଲକୁ ଫିଲ୍ଟର କରେ ନାହିଁ, ଅର୍ଥାତ୍ ଦୂଷିତ ଜିନିଷ ଏବଂ ଜୀବାଣୁ ରୁମାଲ ମାଧ୍ୟମରେ ଶରୀରକୁ ସହଜରେ ପ୍ରବେଶ କରିପାରନ୍ତି ।

ଆମେରିକୀୟ କମ୍ପାନୀ ଇକୋସିଷ୍ଟମ୍ ଆନାଲିଟିକ୍ସ ସୂତା ରୁମାଲର ତୁଳନା ଏକ ଡିସପୋଜେବଲ ପେପର୍ ଟିସ୍ୟୁ ସହିତ କରିଛି । ଯଦି ଆପଣ ସୂତା ରୁମାଲ ବ୍ୟବହାର କରିବାକୁ ଚାହୁଁଥିବେ ତେବେ ଆପଣ ଜୈବିକ ସୂତା ବ୍ୟବହାର କରିପାରିବେ । ବୈଜ୍ଞାନିକଙ୍କ ଅନୁଯାୟୀ ଯଦି ଆପଣ ଟିସ୍ୟୁ ବ୍ୟବହାର କରି ଭଲ ଅନୁଭବ କରିବାକୁ ଚାହୁଁଛନ୍ତି, ତେବେ କେବଳ ରିସାଇକିଲ୍ ଜିନିଷରେ ପ୍ରସ୍ତୁତ ହୋଇଥିବା ଟିସ୍ୟୁ ବ୍ୟବହାର କରନ୍ତୁ । ଟିସ୍ୟୁ ଡିସପୋଜେବଲ୍ ହୋଇଥିବାରୁ ଏହା ଭାଇରସକୁ ବ୍ୟାପିବାରୁ ରୋକିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.