ଏସୀୟ କ୍ରୀଡ଼ାରେ ଭାରତକୁ ୯ମ ସ୍ବର୍ଣ୍ଣ, ଟେନିସ ମିକ୍ସଡ୍ ଡବଲ୍ସରେ ମିଳିଲା ସ୍ବର୍ଣ୍ଣ

ଏସୀୟ କ୍ରୀଡ଼ାରେ ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ । ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ଏହାସହ ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ।

ଏସୀୟ କ୍ରୀଡ଼ାରେ ଭାରତକୁ ନବମ ସ୍ବର୍ଣ୍ଣ । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ । ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ଏହାସହ ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଭାରତ ଏପର୍ଯ୍ୟନ୍ତ ୯ଟି ସ୍ବର୍ଣ୍ଣ, ୧୩ ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ଜିତିଛି। ମେଡାଲ ତାଲିକାରେ ଭାରତ ୪ ନମ୍ବର ସ୍ଥାନରେ ରହିଛି ।

ଆଜି ସୁଟିଂରେ ଭାରତକୁ ମିଳିଥିଲା ରୌପ୍ୟ । ସରବଜିତ ସିଂହ ଏବଂ ଦିବ୍ୟା ଥାଡ଼ିଗୋଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ପାଇ ପଦକ ଜିତିଛନ୍ତି । ଭାରତୀୟ ଟିମ୍ ଚୀନର ଝାଙ୍ଗ ବୋଏନ୍ ଜିଆନ୍ ରାନକ୍ସିନଙ୍କ ସହ କଡ଼ା ସଂଘର୍ଷ ପରେ ଠାରୁ ୧୪-୧୬ ପଏଣ୍ଟରେ ହାରି ଯାଇଛନ୍ତି । ଚୀନର ହାଙ୍ଗଝୌ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଏହାକୁ ମିଶାଇ ଭାରତୀୟ ସୁଟିଂ ଦଳ ମୋଟ ୧୯ଟି ପଦକ ଜିତିଛି । ଆଜି ଆଥଲେଟିକ୍ସର ବିଭିନ୍ନ ଇଭେଣ୍ଟ ସହିତ ହକିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୯ଟି ସ୍ବର୍ଣ୍ଣ, ୧୩ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ସହ ମୋଟ ୩୫ଟି ପଦକ ଅକ୍ତିଆର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.