Below header

ମ୍ୟାଜିକସିଆନ୍ ନୀଳମାଧବ ବେହେରା: ୧୦ ବର୍ଷ ହେଲା ହାତର ଯାଦୁଗରୀରେ ଚଳୁଛି ତାଙ୍କ ପରିବାର

ପିଲାଟି ଦିନରୁ ଯାଦୁ ଖେଳ ପ୍ରତି ଥିଲା ତାଙ୍କର ଅନେକ ଦୁର୍ବଳତା । ଯେଉଁଠି ଯାଦୁ ଖେଳ ହୁଏ ନୀଳମାଧବ ସେଠାକୁ ଦେଖିବାକୁ ଯାଇଥାନ୍ତି । ଆଉ ମନେ ମନେ ନିଜେ ଜଣେ ମ୍ୟାଜିକସିଆନ ହେବାକୁ ଭାବି ଭାବି ଆଜକୁ ୧୦ ବର୍ଷ ହେବ ଏହି ସୋ କରି ନିଜ ପରିବାର କଷ୍ଟେ ମଷ୍ଟେ ଚଳାଇ ନେଉଛନ୍ତି ।

ସାଲେପୁର(କେନ୍ୟୁଜ୍): ଯାଦୁ ଖେଳ ଦେଖିବାକୁ ଯେମିତି ପାଗଳ । ଯେଉଁଠି ଯାଦୁ ଖେଳ ହୁଏ ସେଠାରେ ପହଞ୍ଚି ଯାଆନ୍ତି । ସେ ସ୍କୁଲ ହେଉ ଅବା ଘର। ସେଇ ଖେଳ ଦେଖୁ ଦେଖୁ ନିଜେ ଦିନେ ମ୍ୟାଜିକସିଆନ ହୋଇ ଯିବେ ସେ ଜାଣି ନଥିଲେ ଆଉ ସେଇ ନିଶା ଏବେ ତାଙ୍କର ପେଶା ପାଲଟି ଯାଇଛି ।

କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାଲିସାହି ଅଞ୍ଚଳର ନୀଳ ମାଧବ ବେହେରା । ବୟସ ମାତ୍ର ୩୨ବର୍ଷ । ଆର୍ଥିକ ଅବସ୍ଥା କହିଲେ ନ ସରେ । ଅତ୍ୟନ୍ତ ଗରିବ ହୋଇ ଥିବାରୁ ମାଟ୍ରିକ ରୁ ପାଠ ପଢ଼ାରେ ଡୋରି ବାନ୍ଧିଲେ । ଅର୍ଥ ଅଭାବ ଯୋଗୁଁ ଆଉ ଅଧିକ ପାଠ ପଢ଼ିଲେ ନାହିଁ ।

କିନ୍ତୁ ପିଲାଟି ଦିନରୁ ଯାଦୁ ଖେଳ ପ୍ରତି ଅନେକ ଦୁର୍ବଳତା ରହିଥିଲା ଯେଉଁଠି ଯାଦୁ ଖେଳ ହୋଇ ନୀଳମାଧବ ସେଠାକୁ ଦେଖିବାକୁ ଯାଇଥାନ୍ତି । ଆଉ ମନେ ମନେ ନିଜେ ଜଣେ ମ୍ୟାଜିକସିଆନ ହେବାକୁ ଭାବି ଭାବି ଆଜକୁ ୧୦ ବର୍ଷ ହେବ ଏହି ସୋ କରି ନିଜ ପରିବାର କଷ୍ଟେ ମଷ୍ଟେ ଚଳାଇ ନେଉଛନ୍ତି । ପରିବାର କହିଲେ ବୃଦ୍ଧ ପିତା ମାତା ସାଙ୍ଗକୁ ଗୋଟିଏ ଭଉଣୀ ଓ ପତ୍ନୀ ଏବଂ ଏକ ମାତ୍ର ପୁଅକୁ ନେଇ ନୀଳମାଧବଙ୍କ ପରିବାର । ଏକ ମାତ୍ର ନୀଳମାଧବ ଏହି ମ୍ୟାଜିକ ସୋ କରି ଯାହା ପାଆନ୍ତି ସେଥିରେ ତେଲ ଲୁଣ ସଂସାର ଚାଲିଥାଏ ବୋଲି କହିଛନ୍ତି।

magic

ନୀଳ ମାଧବଙ୍କ ମ୍ୟାଜିକ ସୋ’ର ଅଞ୍ଚଳରେ ରହିଛି ବେଶ୍ ଚାହିଦା ବିନା ପାରି ଶ୍ରମିକରେ ମଧ୍ୟ ବିଭିନ୍ନ ସ୍ଥାନରେ ସୋ କରି ଆତ୍ମ ତୃପି କରିଥାଆନ୍ତି। ଅର୍ଥ ପାଇଁ ସେ କେବେ କାହା ପାଖରେ ଜୁଲମ୍ କରନ୍ତି ନାହିଁ । କିଏ ଦେଲେ ଖୁସି ନଦେଲେ ଖୁସି । ବିଭିନ୍ନ ସ୍ଥାନରେ ଯାଦୁ ଖେଳ ଦେଖାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସିତ ହୋଇଛନ୍ତି ।

ଏପଟେ ଏହି ମ୍ୟାଜିକ ସୋ କରିବାରେ ନୀଳମାଧବଙ୍କ ସ୍ତ୍ରୀ ଓ ପରିବାର ସଦସ୍ୟ ସହଯୋଗ କରିଥାନ୍ତି । ଏବେ ଉନ୍ନତ ମାନର ଖେଳ ପ୍ରଦର୍ଶନ ପାଇଁ ବିଭିନ୍ନ ସାମଗ୍ରୀର ଆବଶ୍ୟକ ଥିବାବେଳେ ଅର୍ଥ ତାଙ୍କ ପାଇଁ ସାଜିଛି ପ୍ରତିବନ୍ଧକ । ଏପଟେ ଉନ୍ନତ ମାନର ଖେଳ ପ୍ରଦର୍ଶନ ପାଇଁ ବିଭିନ୍ନ ସାମଗ୍ରୀର ଆବଶ୍ୟକ ଥିବାବେଳେ ଅର୍ଥ ତାଙ୍କ ପାଇଁ ସାଜିଛି ପ୍ରତିବନ୍ଧକ ।

ସାଲେପୁର ତଥା ବିଭିନ୍ନ ସ୍ଥାନରେ ନୀଳମାଧବଙ୍କ ମ୍ୟାଜିକ ସୋ’ର ଚାହିଦା ବଢୁଥିବାବେଳେ ଗରିବ ନୀଳମାଧବଙ୍କୁ ଯଦି ସହଯୋଗ ମିଳନ୍ତା ତେବେ ନିଶ୍ଚିନ୍ତ ମ୍ୟାଜିକ କ୍ଷେତ୍ରରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ପାରନ୍ତେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.