ପୋଲିସ ଗାଡିରେ ବସି ଇନଷ୍ଟା ରିଲ୍ସ କଲେ ଯୁବତୀ, ପୋଲିସ ଅଧିକାରୀ ନିଲମ୍ବିତ

ଯୁବତୀଙ୍କୁ ପୋଲିସ ଗାଡି ଦେଇ ଫସିଛନ୍ତି ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ । ପୋଲିସ ଗାଡିରେ ଉପରେ ବସି ରିଲ୍ସ କରି ଯୁବତୀ ଜଣକ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଆଉ ଏହି ଭିଡିଓ ଭାଇରଲ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ପୋଲିସ ଗାଡିରେ ରିଲ୍ସ କରି ଫସିଲେ ସୋସିଆଲ ମିଡିଆ ଲୋକପ୍ରିୟ ଚେହରା ପାୟଲ ପରମାର । ଆଉ ଯୁବତୀଙ୍କୁ ପୋଲିସ ଗାଡି ଦେଇ ଫସିଛନ୍ତି ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ । ଯୁବତୀଙ୍କୁ ପୋଲିସ ଗାଡି ଦେଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଗାଡିରେ ଉପରେ ବସି ରିଲ୍ସ କରି ଯୁବତୀ ଜଣକ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଆଉ ଏହି ଭିଡିଓ ଭାଇରଲ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଭିଡିଓରେ ଦେଖିବାକୁ ମିଳିଛି କି, ପୋଲିସ ଗାଡି ଉପରେ ବସି ଜଣେ ଯୁବତୀ ରିଲ୍ସ କରୁଛନ୍ତି । ଯୁବତୀ ଜଣକ ଗାଡି ଉପରେ ବସି ଅଶ୍ଳୀଳ ଇଙ୍ଗିତ କରୁଥିବା ନଜର ଆସିଛନ୍ତି । ଏହି ମାମଲାରେ ଜଳନ୍ଧର ପୋଲିସର ଆୟୁକ୍ତ କୁଲଦୀପ ଚହଲ ଷ୍ଟେସନ ହାଉସ ଅଫିସର ଅଶୋକ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି ।

ଏପର୍ଯ୍ୟନ୍ତ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପ୍ରତି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେବେ ଯୁବତୀ ଜଣକ ଇନଷ୍ଟା ଆକାଉଣ୍ଟରୁ ଏହି ଭିଡିଓକୁ ଡିଲିଟ କରିଦେଇଛନ୍ତି। ତେବେ ଯୁବତୀ ଜଣକ ନିଜର ଜଣେ ବନ୍ଧୁଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ କହିଛନ୍ତି, ଏହା ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ କରିଥିଲେ । ରିଲ୍ସ କରିବା ପାଇଁ ସେ ପୋଲିସ ଅଧିକାରୀଙକ ଠାରୁ ଅନୁମତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.