Below header

ପରିବା କିଣିବା ପଡିଲା ମହଙ୍ଗା, ଶିକ୍ଷକଙ୍କ ଗାଡ଼ି ଡିକିରୁ ୩ ଲକ୍ଷ ଟଙ୍କା ଲୁଟ୍

ଗାଡି ଡ଼ିକିରେ ଟଙ୍କା ରଖି ପରିବା କିଣିବା ପଡିଲା ମହଙ୍ଗା । ଗାଡି ଡିକିରୁ ୩ ଲକ୍ଷ ଲୁଟିନେଲେ ଲୁଟେରା । ନବରଙ୍ଗପୁର ବାଗସିୟୁନି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ରଙ୍କ ଗାଡି ଡିକିରୁ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ନବରଙ୍ଗପୁର (କେନ୍ୟୁଜ): ଗାଡି ଡ଼ିକିରେ ଟଙ୍କା ରଖି ପରିବା କିଣିବା ପଡିଲା ମହଙ୍ଗା । ଗାଡି ଡିକିରୁ ୩ ଲକ୍ଷ ଲୁଟିନେଲେ ଲୁଟେରା । ନବରଙ୍ଗପୁର ବାଗସିୟୁନି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ରଙ୍କ ଗାଡି ଡିକିରୁ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ର ଗତକାଲି ସନ୍ଧ୍ୟାରେ ନବରଙ୍ଗପୁର ସ୍ଥିତ SBIରୁ ହଷ୍ଟେଲ ପରିଚାଳନା ଖର୍ଚ୍ଚ ବାବଦକୁ ୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ଥିଲେ। ଏହି ଟଙ୍କାକୁ ସେ ତାଙ୍କ ବାଇକ୍ ଡିକିରେ ରଖିଥିଲେ। ବିଦ୍ୟାଳୟ ହଷ୍ଟେଲ ଖର୍ଚ୍ଚ ବାବଦରେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ ସୁନୀଲ । ଫେରିବା ବାଟରେ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ନିକଟରେ ପରିବା କିଣିବା ପାଇଁ ରହିଥିଲେ। ପରିବା କିଣିବା ଭିତରେ ତାଙ୍କ ଗାଡ଼ି ଡିକିରୁ ଟଙ୍କା ଗାଏବ୍ ହୋଇଥିବା ସେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚର କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.