Below header

ସାରା ରାଜ୍ୟରେ ବୁଲିବ ସାଇବର ସଚେତନତା ରଥ, ଆଜି ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ବୁଲିବ ସାଇବର ସଚେତନତା ରଥ। ୩୦ ଟି ଜିଲ୍ଲାରେ ବୁଲିବାକୁ ଥିବା ଏହି କ୍ୟାମ୍ପେନରେ ସାମିଲ ହେବେ ମିଶନ ଶକ୍ତି ସଦସ୍ୟା, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (କେନ୍ୟୁଜ): ବୁଲିବ ସାଇବର ସଚେତନତା ରଥ। ୩୦ ଟି ଜିଲ୍ଲାରେ ବୁଲିବାକୁ ଥିବା ଏହି କ୍ୟାମ୍ପେନରେ ସାମିଲ ହେବେ ମିଶନ ଶକ୍ତି ସଦସ୍ୟା, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜିଠୁ ଅକ୍ଚୋବର ୧୫ ତାରିଖ ଯାଏ ଚାଲିବ ଅଭିଯାନ । ସାଇବର ଅପରାଧୀଙ୍କ କବଳରୁ ମୁକୁଳିବେ କେମିତି ? ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ କ’ଣ କରିବେ ? ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ କରାଯିବ ସଚେତନ । ୩୦ ଜିଲ୍ଲାର ବ୍ଲକ ସ୍ତରରେ କରାଯିବ ସାଇବର ସେଫ୍ ଟି କ୍ୟାମ୍ପେନ । ୨୦୧୮ ରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ସଚେତନତା ପଦକ୍ଷେପ ‘ ପରୀ ପାଇଁ କଥା ଟିଏ’ ଅଭିଯାନରେ ସଫଳତା ପରେ ଅଦୃଶ୍ୟ ଠକଙ୍କୁ ସାବାଡ଼ କରିବାକୁ ଆରମ୍ଭ ହୋଇଛି ଆଉ ଏକ ନିଆରା ପ୍ରୟାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.