Below header

ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ : ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ବିଧାନସଭା ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱର (କେନ୍ୟୁଜ): ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ । ବିଧାନସଭା ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଗୁରୁବାର ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଥିଲେ। ଏଥିପାଇଁ ବାଚସ୍ପତି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.