Below header

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ରୌପ୍ୟ, ତାଲିକା ଲିଷ୍ଟର ୪ର୍ଥ ସ୍ଥାନରେ ଭାରତ

ଆଜି ସୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି ଭାରତ। ସରବଜିତ ସିଂହ ଏବଂ ଦିବ୍ୟା ଥାଡ଼ିଗୋଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ପାଇ ପଦକ ଜିତିଛନ୍ତି । ଏ ପର୍ଯ୍ୟନ୍ତ ବନ୍ଧୁକଚାଳନାରୁ ଭାରତ ୬ ସ୍ବର୍ଣ୍ଣ ସହ ୧୯ ପଦକ ଜିତି ୧୭ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇଛି।

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ପଦକ । ଆଜି ସୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି ଭାରତ। ସରବଜିତ ସିଂହ ଏବଂ ଦିବ୍ୟା ଥାଡ଼ିଗୋଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ପାଇ ପଦକ ଜିତିଛନ୍ତି । ଭାରତୀୟ ଟିମ୍ ଚୀନର ଝାଙ୍ଗ ବୋଏନ୍ ଜିଆନ୍ ରାନକ୍ସିନଙ୍କ ସହ କଡ଼ା ସଂଘର୍ଷ ପରେ ଠାରୁ ୧୪-୧୬ ପଏଣ୍ଟରେ ହାରି ଯାଇଛନ୍ତି ।

ଚୀନର ହାଙ୍ଗଝୌ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଏହାକୁ ମିଶାଇ ଭାରତୀୟ ସୁଟିଂ ଦଳ ମୋଟ ୧୯ଟି ପଦକ ଜିତିଛି । ଏ ପର୍ଯ୍ୟନ୍ତ ବନ୍ଧୁକଚାଳନାରୁ ଭାରତ ୬ ସ୍ବର୍ଣ୍ଣ ସହ ୧୯ ପଦକ ଜିତି ୧୭ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇଛି। ୨୦୦୬ ଦୋହା ଏସୀୟ କ୍ରୀଡ଼ାରେ ଭାରତ ବନ୍ଧୁକଚାଳନାରୁ ସର୍ବାଧିକ ୧୪ ପଦକ ଜିତିବା ଏ ପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଥିଲା। ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୮ଟି ସ୍ବର୍ଣ୍ଣ, ୧୩ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ସହ ମୋଟ ୩୪ଟି ପଦକ ଅକ୍ତିୟାର କରିଛି । ଆଜି ଆଥଲେଟିକ୍ସର ବିଭିନ୍ନ ଇଭେଣ୍ଟ ସହିତ ହକିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.