ଭାରତରେ ଲଞ୍ଚ ହେଲା Aston Martin DB12, ଜାଣନ୍ତୁ କେତେ ରହିଛି ଦାମ

ଏହା DB11 ଠାରୁ ଅଧିକ ପାୱାରଫୁଲ୍ । ଏଥିରେ ଷ୍ଟାଣ୍ଡାର୍ଡ ଭାବରେ 8-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିଛି ଏବଂ ଏଥିରେ ଏକ ଇଲେକ୍ଟ୍ରୋନିକ୍ ରିୟର ଡିଫେରେନ୍ସିଆଲ ମଧ୍ୟ ଦିଆଯାଇଛି ।

Aston Martin ଭାରତରେ ଏହାର ନୂଆ ସୁପରକାର ଲଞ୍ଚ କରିଛି । ଲଞ୍ଚ ହୋଇଥିବା ନୂଆ ମଡେଲ ହେଉଛି Aston Martin DB12 । ନୂଆ DB12ରେ ଏକ 4.0 ଟ୍ୱିନ୍-ଟର୍ବୋ V8 ଇଞ୍ଜିନ୍ ରହିଛି, ଯାହା 671bhpର ପାୱାର ଏବଂ 800Nm ଟର୍କ ଜେନେରେଟ କରିଥାଏ । ଏହା DB11 ଠାରୁ ଅଧିକ ପାୱାରଫୁଲ୍ । ଏଥିରେ ଷ୍ଟାଣ୍ଡାର୍ଡ ଭାବରେ 8-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିଛି ଏବଂ ଏଥିରେ ଏକ ଇଲେକ୍ଟ୍ରୋନିକ୍ ରିୟର ଡିଫେରେନ୍ସିଆଲ ମଧ୍ୟ ଦିଆଯାଇଛି । ସସପେନ୍ସନ ଏବଂ ଷ୍ଟିଅରିଂରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି।

ଡିଜାଇନ୍କୁ ଦେଖବାକୁ ଗଲେ ନୂଆ DB12 ବର୍ତ୍ତମାନ ଏକ ବଡ଼ ଗ୍ରୀଲ ସହିତ ଚଉଡ଼ା ରହିଥିବାରୁ ଅଧିକ ଆଗ୍ରେସିଭ୍ ଦେଖାଯାଉଛି । ଏଥିରେ ନୂଆ ଏଲଇଡି ଲାଇଟ୍ସ ଏବଂ ଜାଲିର ୨୧ ଇଞ୍ଚର ଆଲୋଇ ହ୍ବିଲ୍ସ ମଧ୍ୟ ରହିଛି । ଇଣ୍ଟେରିୟରରେ ଅଧିକ ଲଗ୍ଜରୀ ଏବଂ ଭଲ ଟେକନିକ୍ ସହିତ ମଡର୍ଣ୍ଣ ଲୁକ୍ ଦିଆଯାଇଛି ।

ଏଥିରେ ୧୦.୨୫ ଇଞ୍ଚର ସ୍କ୍ରିନ ସହିତ ନୂଆ ଇନଫୋଟେନମେଣ୍ଟ ସିଷ୍ଟମ ଅଛି ଯାହା ୱେୟରଲେସ ଆପଲ୍ କାରପ୍ଲେ ଏବଂ ଆଣ୍ଡ୍ରଏଡ ଅଟୋକୁ ସପୋର୍ଟ କରେ । ଏଥିରେ ସମସ୍ତ ଟଚ୍ କଣ୍ଟ୍ରୋଲ ନାହିଁ ଏବଂ ଗିଅର ସିଲେକ୍ଟର୍, ଡ୍ରାଇଭ୍ ସିଲେକ୍ଟର୍, ହିଟିଂ ଏବଂ ଭେଣ୍ଟିଲେସନ୍ ଭଳି କାମ ପାଇଁ ଫିଜିକାଲ ବଟନ ଦିଆଯାଇଛି ।

ଏଥିରେ ଷ୍ଟାଣ୍ଡାର୍ଡ ଭାବେ ଗୋଟିଏ 390w 11- ସ୍ପିକର ଅଡିଓ ସିଷ୍ଟମ ରହିଥିବାବେଳେ ଏକ ବୋଭର୍ସ ଆଣ୍ଡ ୱିଲକିନ୍ସର ମଧ୍ୟ ଏକ ଅପ୍ସନ ମିଳିଥାଏ ।

Aston Martin ଆପଣଙ୍କ ପସନ୍ଦ ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର କଷ୍ଟମାଇଜେସନ୍ ଅପ୍ସନ ଦେଇଥାଏ । ନୂଆ DB12 ର ଏକ୍ସ ଶୋରୁମ ମୂଲ ୪.୫୯ କୋଟି ଟଙ୍କା । ତେବେ Aston Martin ଦେଶରେ DBX ବିକ୍ରି କରୁଛି, ଯାହା ବିଦେଶ ଏବଂ ଭାରତୀୟ ବଜାର ପାଇଁ କମ୍ପାନୀର ସବୁଠାରୁ ଲୋକପ୍ରିୟ କାର ଏବଂ ଏହି ଲାଇନଅପରେ DBX 707 ମଧ୍ୟ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.