ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା

ରାଜ୍ୟରେ ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ କେସ୍ । ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା । ଓଡ଼ିଶାର ୨ ବିଶେଷଜ୍ଞ ମଧ୍ୟ ଟିମରେ ସାମିଲ ହୋଇଛନ୍ତି ।

ସୁନ୍ଦରଗଡ଼ (କେନ୍ୟୁଜ): ରାଜ୍ୟରେ ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ କେସ୍ । ରାଜ୍ୟରେ ସ୍କ୍ରବ ଟାଇଫସ୍କୁ ନେଇ କେନ୍ଦ୍ରର ପଦକ୍ଷେପ । ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା । ଓଡ଼ିଶାର ୨ ବିଶେଷଜ୍ଞ ମଧ୍ୟ ଟିମରେ ସାମିଲ ହୋଇଛନ୍ତି । ସିଡିଏମଓ ଅଫିସରେ ଚାଲିଛି ସମୀକ୍ଷା ବୈଠକ । ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ।

୨୪ ଘଣ୍ଟାରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୪ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୨୦ ପଜିଟିଭ ଚିହ୍ନଟ। ଏହାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି। ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICUରେ ଚିକିତ୍ସାଧୀନ ଅଛନ୍ତି। ଯଥେଷ୍ଟ ଔଷଧ ମହଜୁଦ ରହିଛି । ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.