Below header

ବଳକା ଡାଲିରେ ଆଜିହିଁ ଘରେ ବନାନ୍ତୁ ସ୍ୱାଦିଷ୍ଟ ପରଟା, ଥରେ ଖାଇବା ମାତ୍ରେ ହୋଇଯିବେ ଦିୱାନା  

ସାଧାରଣତଃ ଘରେ ଅନେକ ସମୟରେ ରାତିର ଖାଇବା ବଳକା ରହିଯାଇଥାଏ ଯାହାକୁ ଗୃହିଣୀମାନେ ତାପରଦିନ ସକାଳୁ ଫୋପାଡ଼ି ଦେଇଥାନ୍ତି । କାରଣ ସେମାନେ ଜାଣିନଥାନ୍ତି ଯେ ରାତିର ବଳକା ଖାଦ୍ୟରେ ମଧ୍ୟ ସକାଳୁ ବହୁତ ସ୍ୱାଦିଷ୍ଟ ଖାଇବା ପ୍ରସ୍ତୁତ କରାଯାଇପାରିବ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ରାତିର ବଳକା ଖାଦ୍ୟରେ କିପରି ସକାଳୁ ଆପଣ ଟେଷ୍ଟି ଆଉ ଚଟପଟା ଖାଦ୍ୟ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ରାତିରେ ବଳକା ରହିଯାଇଥିଆବ ଡାଲିରେ ଆପଣ କିପରି ସକାଳୁ ଏକ ୟୁନିକ ଟେଷ୍ଟର ସ୍ୱାଦିଷ୍ଟ ପରଟା ପ୍ରସ୍ତୁତ କରିପାରିବେ ।

ଆବଶ୍ୟକ ସାମଗ୍ରୀ 

୧ କପ ବଳକା ଡାଲି, ଅଧା କପ ଅଟା, ୨ ଚାମଚ ବେସନ, ଗୋଟିଏ ପିଆଜ,  ୨ଟି କଞ୍ଚାଲଙ୍କା, ଧନିଆ ପତ୍ର, ଚାଟ ମସଲା, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଅଳ୍ପ କଳାଜିରା, ଦେଶୀ ଘିଅ ଓ ସ୍ୱାଦ ଅନୁସାରେ ଲୁଣ ।

Image result for Tasty dal Paratha

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ଏକ ପାତ୍ରରେ ଅଟା, ବେସନ, କଟା ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର, ଚାଟ ମସଲା, ଗରମ ମସଲା, ଗୋଲମରିଚ ଗୁଣ୍ଡ, କଳାଜିରା, ଦେଶୀ ଘିଅ ଓ ଲୁଣ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ । ତାପରେ ସେଥିରେ ଡାଲି ମିଶାଇ ଚକଟି ଦିଅନ୍ତୁ ଏବଂ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ତାପରେ ଏହାକୁ ବେଲି ଦେଶୀ ଘିଅ ଦେଇ ଭଲଭାବେ ସେକି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ପରଟା । ଏହାକୁ ଆପଣ ଚଟଣି ସହିତ ଗରମାଗରମ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.