ବାଲେଶ୍ୱର: ଚାନ୍ଦା ମାଗି ବିଫଳ ହେବା ପରେ ମରଣାନ୍ତକ ଆକ୍ରମଣ, ଚିଙ୍ଗୁଡ଼ି ଘେରି ଦ୍ୱାରା ପରିବାର ପୋଷୁଥିବା ବଙ୍ଗାଳିଙ୍କୁ ଆକ୍ରମଣ

ବାଲେଶ୍ବର(କେନ୍ୟୁଜ୍):ଚାନ୍ଦା ମାଗି ବିଫଳ ହେବା ପରେ ମରଣାନ୍ତକ ଆକ୍ରମଣ। ଚିଙ୍ଗୁଡ଼ି ଘେରି ଜରିଆରେ ପରିବାର ପୋଷଣ କରୁଥିବା ଲୋକଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ ସହ ମହିଳାଙ୍କୁ ଅସଦାରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଇଞ୍ଚୁଡି ପାହି ଅଞ୍ଚଳରେ। ବର୍ଷ ବର୍ଷ ଧରି ସେଠାରେ କିଛି ବଙ୍ଗାଳୀ ଲୋକ ରହି ଚିଙ୍ଗୁଡ଼ି ଘେରି ଜରିଆରେ ପରିବାର ପ୍ରତିପୋଷଣ କରିଆସୁଥିଲେ। ତେବେ ଚାନ୍ଦାମାଗି କିଛି ଦୁର୍ବୃତ୍ତ ବିଫଳ ହେବା ପରେ ସେମାନଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହାସହ ଆକ୍ରମଣ ବେଳେ କିଛି ମହିଳାଙ୍କୁ ଅସଦାଚରଣ ମଧ୍ୟ କରାଯାଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି। ଗାଡ଼ି, ଘରର ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.