ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ, ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଦିଆଗଲା ସୂଚନା

କେନ୍ୟୁଜ୍(ବ୍ୟୁରୋ): ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ । ଆଜି ୫ ହଜାର କୁକୁଡ଼ା ମରିଥିଲେ । ଏହାପରେ କୁକୁଡ଼ାଙ୍କ ନମୁନା ଯାଞ୍ଚ ପରେ ସେମାନଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ଜଣା ପଡ଼ିଥିଲା । ଏହାପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ । ଆଜି ୫ ହଜାର କୁକୁଡ଼ା ମରିଥିଲେ । ଏହାପରେ କୁକୁଡ଼ାଙ୍କ ନମୁନା ଯାଞ୍ଚ ପରେ ସେମାନଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ଜଣା ପଡ଼ିଥିଲା ।

ouat

ଏହାପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । ଭୁବନେଶ୍ୱରରେ ବହୁ ସଂଖ୍ୟାରେ କୁକୁଡା ବାଁ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ଦୁଇଦିନ ହେଲା ଓୟୁଏଟି ଫାର୍ମରେ କୁକୁଡାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଫଳରେ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡାଙ୍କ ରକ୍ତ ନମୁନା ଭୋପାଳ ଟେଷ୍ଟିଂ ଲାବକୁ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍‌ ଆସିବା ପରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଛି । ଏହା ଜଣାପଡିବା ପରେ ଆସନ୍ତାକାଲିଠୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ । ଓୟୁଏଟି ଠାରୁ ୧ କିଲୋମିଟର ପରିଧି ମଧ୍ୟରେ କୁକୁଡା ମାରିବାକୁ ପଦକ୍ଷେପ ନିଆଯାଇଛି । ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.