ମହଙ୍ଗା ପଡ଼ିଲା ଡେଲିଭରି ଚାର୍ଜ ବଢ଼ାଇବା, ଏବେ zomato ଓ swiggyରୁ ଖାଦ୍ୟ ଅର୍ଡର କରିବା ବନ୍ଦ କଲେ ଗ୍ରାହକ

ଆଜିକାଲି ଅନ୍‌ଲାଇନ୍‌ ଫୁଡ୍‌ର ଚାହିଦା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କାର୍ଯ୍ୟବ୍ୟସ୍ତତା ଯୋଗୁ ହେଉ କିମ୍ବା ଖାଦ୍ୟପ୍ରେମୀ ଘରେ ରୋଷେଇ ନ କରି କେବଳ ଆପ୍‌ ମାଧ୍ୟମରେ ଅର୍ଡର ଦେଇ ନିଜ ପସନ୍ଦର ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି। ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡରକୁ ଦୃଷ୍ଟିରେ ରଖି swiggy, zomato ଓ ଅନ୍ୟ ଫୁଡ୍‌ ଡେଲିଭରି କମ୍ପାନୀଙ୍କ କାରବାର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ମାସ ହେବ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା କମ୍‌ କରି ଦେଇଛନ୍ତି। କାରଣ ସ୍ୱିଗି ଓ ଜୋମାଟୋ ଲୋକଙ୍କୁ ରିହାତି ଦେବା ବନ୍ଦ କରିବା ସହ ଡେଲିଭରି ଚାର୍ଜ ମଧ୍ୟ ବୃଦ୍ଧି କରିଛନ୍ତି।

Related image

ରିପୋର୍ଟ ମୁତାବକ swiggy ଓ zomato ଅର୍ଡର କ୍ୟାନସଲ କରିବା ଉପରେ ମଧ୍ୟ ଟଙ୍କା କାଟ୍‌ କରିବା ଆରମ୍ଭ କରି ଦେଇଛନ୍ତି। ପୂର୍ବରୁ ଏହି ଆପ୍‌ ଖାଦ୍ୟ ଅର୍ଡର କରିବା ପରେ କ୍ୟାନସଲ କରିବା ଉପରେ କୌଣସି ଚାର୍ଜ ନେଉନଥିଲେ, କିନ୍ତୁ ଏବେ କମ୍ପାନୀ ଟଙ୍କା କାଟିବା ଆରମ୍ଭ କରିଦେଇଛି। ଏଣୁ ଲୋକମାନେ ଆଉ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବାକୁ ପସନ୍ଦ କରୁନାହାନ୍ତି।

Image result for swiggy zomato

Swiggy ଏବେ ୯୮ ଟଙ୍କା ପର୍ଯ୍ୟନ୍ତ ଡେଲିଭରି ଉପରେ ୩୧ ଟଙ୍କା ଓ ତଦୂର୍ଦ୍ଧ୍ୱ ଅର୍ଡର ଉପରେ ୨୧ ଟଙ୍କା ଆଦାୟ କରୁଛନ୍ତି। କେବଳ ଏତିକି ନୁହେଁ ଅନ୍‌ଲାଇନରେ ଖାଦ୍ୟ ମଗାଇବା ଉପରେ ଏବେ ପ୍ୟାକିଂ ଚାର୍ଜ ଓ ଅନ୍ୟ ଟ୍ୟାକ୍ସ ମଧ୍ୟ ଲଗାଉଛନ୍ତି। ଏହି କାରଣରୁ ଆଜିକାଲି ଅନ୍‌ଲାଇନ ଖାଦ୍ୟ ଅର୍ଡରକୁ ଲୋକମାନେ କମ୍‌ କରିଦେଇଛନ୍ତି। କାହାକୁ ଖାଦ୍ୟ ମଗାଇବାକୁ ହେଲେ ସେ ସିଧାସଳଖ ରେସ୍ତୋରାଁରୁ ମଗାଇବାକୁ ପସନ୍ଦ କରୁଛନ୍ତି।

Image result for food

ରିପୋର୍ଟ ମୁତାବକ ନିୟମରେ ପରିବର୍ତ୍ତନ ହେବା ପରେ ଅକ୍ଟୋବର ମାସରୁ ଜୋମାଟୋ ଓ ଡିସେମ୍ବରରୁ ସ୍ୱିଗି ସହ ଜଡ଼ିତ ରେସ୍ତୋରାଁର ବିକ୍ରି ୫ ପ୍ରତିଶତ କମିଥିବା ଦେଖାଯାଇଛି। Swiggy ଡେଲିଭରି ପାଇଁ ଅଧିକ ଟଙ୍କା ଚାର୍ଜ କରୁଥିବା ବେଳେ ଅଧିକ ଚାହିଦା ଥିବା ଅଞ୍ଚଳର ରୋସ୍ତୋରାଁରୁ ଅଧିକ କମିଶନ ନେଉଥିବା ଜଣାଯାଇଛି।