ଘୋଷଣା ହେଲା ଏକାମ୍ର କ୍ଷେତ୍ର ଆକ୍ସନ ପ୍ଳାନ, ଫେଜ-୧ରେ ଲିଙ୍ଗରାଜ ମନ୍ଦିରର କୋର ଏରିଆ ଓ ବିନ୍ଦୁସାଗର ଉପରେ ଦିଆଯାଇଛି ଗୁରୁତ୍ୱ

କେନ୍ୟୁଜ୍(ବ୍ୟୁରୋ): ସରକାର ଘୋଷଣା କଲେ ଏକାମ୍ର କ୍ଷେତ୍ର ଆକ୍ସନ ପ୍ଳାନ । ଫେଜ-୧ରେ ଲିଙ୍ଗରାଜ ମନ୍ଦିରର କୋର ଏରିଆ ଓ ବିନ୍ଦୁସାଗର ଉପରେ ଗୁରୁତ୍ୱ ଦିଆଯାଇଛି । ୬୫ ଏକର ଜମିରେ ଚଲାପଥ ନିର୍ମାଣ କରାଯିବ । ଏହି ଚଲାପଥ ଦେଇ ମନ୍ଦିରକୁ ଯିବେ ଭକ୍ତ ଓ ପର୍ଯ୍ୟଟକ । ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ପାଇଁ ସ୍ଥାନାନ୍ତର ହେବାକୁ ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଅଧିଗୃହୀତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ । ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳ ଫଳକରେ ରଖାଯିବ ।

lingaraj

ଅଧିଗୃହୀତ ହେବାକୁ ଥିବା ଜମିର ବଜାର ଦର ଅନୁସାରେ ଦିଆଯିବ କ୍ଷତିପୂରଣ । ଜମି ବଦଳରେ ଜମି ନେବାକୁ ଚାହିଁଲେ ଅନ୍ୟତ୍ର ଜମି ଯୋଗାଇ ଦେବେ ସରକାର । ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିଠାରୁ କମ୍‌ ହେଲେ, ଅବଶିଷ୍ଟ ଆର୍ଥିକ ସହାୟତା ଦିଆଯିବ । ସ୍ଥାନାନ୍ତର ପାଇଁ ଜରୁରୀ ବ୍ୟବସ୍ଥା ଭାବରେ ପ୍ରତି ପରିବାର, ଦୋକାନୀକୁ ୧ଲକ୍ଷ ଟଙ୍କା ସହୟତା ପ୍ରଦାନ କରିବେ ସରକାର । … ସେହିପରି ସ୍ଥାନାନ୍ତର ହେବାକୁ ଥିବା ଦୋକାନୀ ଓ ମଠଗୁଡ଼ିକ ପାଇଁ ବି ଏକାମ୍ର ଆକ୍ସନ ପ୍ଲାନରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । Right to fair compensation and Transperency in Land Acquisition, Rehabilitation and Resettlement Act-2013 ଅନୁସାରେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.