Below header

ମାଆ ତାରିଣୀ ଇଷ୍ଟକନ୍‌ ଚିଟ୍‌ଫଣ୍ଡ କମ୍ପାନୀର ବାଜ୍ୟାପ୍ତି ହେବ ସମ୍ପତ୍ତି, ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ

କେନ୍ୟୁଜ୍(ବ୍ୟୁରୋ):ପୁଣି ଏକ ଚିଟ୍‌ଫଣ୍ଡ କମ୍ପାନୀର ବାଜ୍ୟାପ୍ତି ହେବ ସମ୍ପତ୍ତି । ମାଆ ତାରିଣୀ ଇଷ୍ଟକନ୍‌ର କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ଥିତ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ । କମ୍ପାନୀର ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହେବ ବାଜ୍ୟାପ୍ତି ହେବ । ଏହା ଭିତରେ ରହିଛି କଟକର ଆଖପାଖ ଅଞ୍ଚଳରେ ୪୨ ଏକରରୁ ଅଧିକ ଜମି ।

chitfund seized ସେହିପରି ଦାମୀ ଫରଚ୍ୟୁନର ଗାଡ଼ି ବିକ୍ରି ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେସବୁ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରାଯିବ । ବିକ୍ରି ଟଙ୍କାକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଦିଆଯିବ । ସେହିପରି ପୂର୍ବରୁ ମାଆ ତାରିଣୀ ଇଷ୍ଟକନ୍‌ର କମ୍ପାନୀର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୧ ଲକ୍ଷ ୫୭ ହଜାର ୧୦୮ ଟଙ୍କାକୁ ଅଚଳ କରି ଦିଆଯାଇଥିଲା । ଏହି ଜମା ଉପରେ ସୁଧ ସହ ସମସ୍ତଙ୍କ ଟଙ୍କାକୁ ଜମାକାରୀଙ୍କ ଭିତରେ ବଣ୍ଟାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.