Below header

ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବ, ଉଦ୍‌ଘାଟନର ତିନି ଦିନ ପୂର୍ବରୁ ହେବ ଅଲ୍‌ଷ୍ଟାର ମ୍ୟାଚ୍‌

ମୁମ୍ବାଇ : ଆସନ୍ତା ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ମୁମ୍ବାଇରେ ମେ ମାସ ୨୪ ତାରିଖରେ ଖେଳାଯିବ । ଏ ସମ୍ପର୍କରେ ଆଜି ଘୋଷଣା କରାଯାଇଛି । ପୂର୍ବରୁ ଅନ୍ୟ ମ୍ୟାଚ୍‌ର ସ୍ଥାନ ବିଷୟରେ ଘୋଷଣା କରାଯାଇଥିଲେ ମଧ୍ୟ ଫାଇନାଲ୍‌ ମ୍ୟାଚ୍‌ ସମ୍ପର୍କରେ ନିଷ୍ପତ୍ତି ହୋଇନଥିଲା ।
ଆଜି ଆଇପିଏଲ୍‌ ପରିଚାଳନା ପରିଷଦର ନିଷ୍ପତ୍ତି ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ମୁମ୍ବାଇରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବା ନେଇ ଚୂଡ଼ାନ୍ତ ହୋଇଛି । ଯାହା ରାତି ୮ଟାରେ ଆରମ୍ଭ ହେବ । ପୂର୍ବ ପରି ଯେଉଁଦିନ ଦୁଇଟି ମ୍ୟାଚ୍‌ ଥିବ ପ୍ରଥମ ମ୍ୟାଚ୍‌ ୪ଟାରେ ଏବଂ ଦ୍ୱିତୀୟ ମ୍ୟାଚ୍‌ ୮ଟାରେ ଆରମ୍ଭ ହେବ ବୋଲି ଗାଙ୍ଗୁଲି କହିଛନ୍ତି ।

GANGULYଟି-୨୦ର ସବୁଠୁ ବଡ଼ ପ୍ରତିଯୋଗିତା ଆଗାମୀ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ । ଏଥର ନୂଆ କରି ‘ଥାର୍ଡ଼ ଅମ୍ପାୟାର ନୋବଲ୍‌’ ଆରମ୍ଭ କରାଯିବ । ଫିଲଡ୍‌ ଅମ୍ପାୟାରକଙ୍କ ବଦଳରେ ଏହି ଥାର୍ଡ଼ ଅମ୍ପାୟାର ନୋବଲ୍‌ ଡାକିବେ ।
ସେହିପରି ନିକଟ ଅତୀତରେ ଅନେକ ଖେଳାଳି ଆହତ ହେବାର ଦେଖାଯାଇଛି । ତେଣୁ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି । ଆହୁରି ମଧ୍ୟ ଆଇପିଏଲ୍‌ ଆରମ୍ଭ ହେବାର ତିନି ଦିନ ପୂର୍ବରୁ ବିଶ୍ୱର ସବୁ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଏକ ‘ଆଇପିଏଲ୍‌ ଅଲ୍‌ଷ୍ଟାର୍‌’ ମ୍ୟାଚ୍‌ର ଆୟୋଜନ କରାଯିବ ବୋଲି ଗାଙ୍ଗୁଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.