କରୋନା ଭାଇରସ ଭୟ ନେଇ ଚୀନ୍‌ରୁ ଫେରିଲେ ଓଡିଆ ଯୁବକ, ଥଣ୍ଡା ଓ ଛିଙ୍କ ହେଉଥିବାରୁ ଅତଙ୍କିତ ଅଛନ୍ତି ପରିବାର ଲୋକ

କାକଟପୁର(କେନ୍ୟୁଜ୍):   ଚୀନରେ କରୋନା ଭାଇରସ ଭୟ ନେଇ ଚୀନ୍‌ରୁ ଫେରିଲେ ଓଡିଆ ଯୁବକ। ପୁରୀ ଜିଲ୍ଲା କାକଟପୁର ବ୍ଲକର କୁଣ୍ଢେଇ ପଂଚାୟତ ବାଲିସାହି ଗାଁର ସମ୍ବିତ ନାୟକ ଚୀନ୍‌ର ଉସୀ ସହରରେ ଚାକିରୀ କରିଥିଲେ। କରୋନା ଭାଇରସ୍‌ର ଭୟାବହତା ଦେଖି ସେ ଚୀନ୍‌ରୁ ନିଜ ଗାଁକୁ ଫେରି ଆସିଛନ୍ତି। କୋଲକାତା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ଥଣ୍ଡା ଓ ଛିଙ୍କ ଆରମ୍ଭ ହୋଇଥିଲା। ସେ ଓଡିଶାରେ ପହଁଞ୍ଚିବା ପରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.