Below header

ମାଲକାନଗିରି: ‘ସ୍ବାଭିମାନ ଅଞ୍ଚଳର ବିକାଶରେ ଯିଏ ବାଧାଦେବ ତାକୁ ଛାଡିବୁ ନାହିଁ’, ପୋଲିସ ସହ ମିଶି ମାଓଦମନ କରିବାକୁ ଅଣ୍ଟାଭିଡିଛନ୍ତି ଅଞ୍ଚଳବାସୀ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଶୁଭୁଛି ମାଓ ବିରୋଧୀ ସ୍ବର । ବିକାଶ କାର୍ଯ୍ୟରେ  ଯିଏ  ବାଧା ଦେବ ତାକୁ ଛଡାଯିବା ନାହିଁ ବୋଲି ଉଭୟ ପ୍ରଶାସନ ଓ ସ୍ବାଭିମାନ ଅଞ୍ଚଳବାସୀ କହିଛନ୍ତି।  ୨୫ ତାରିଖରେ ମାଓବାଦୀ ଓ ଜନ୍ତୁରାୟ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଜଣେ ମାଓ କ୍ୟାଡେର ମୃତ୍ୟୁ ଓ ଆଉଜଣେ ମାଓବାଦୀର ଗୁରୁତର ଆହତ ହୋଇଥିଲେ। ଏହା ପରେ ପ୍ରତିଶୋଧ ପରାୟଣ ହୋଇ ମାଓବାଦୀମାନେ ଜୋଡାମ୍ବୁ ଗାଁରେ ଦଶରୁ ଅଧିକ ଘର ଓ ମଟୋର ସାଇକେଲ ଜାଳିଦେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ମାଓମାଦୀମାନଙ୍କ ବିରୋଧରେ  ଲଢେଇ କରିବାକୁ ଓ  ବିକାଶ କାମକୁ ଆଗେଇ ନେବାକୁ ଅଣ୍ଟାଭିଡିଛନ୍ତି  ଗ୍ରମବାସୀ। ମାଓବାଦୀର ନାଲି ଆଖିକୁ ନଡିରି ପୋଲିସ ସହ ମିଶି ବିକାଶ ଲଢିବେ ବୋଲି ସ୍ବାଭିମାନ ଅଞ୍ଚଳବାସୀ କହିଛନ୍ତି। ସେପଟେ  ପୋଲିସ ଓ ପ୍ରଶାସନ ତରଫରୁ ସବୁ ପ୍ରକାର ସୁରକ୍ଷା ଯୋଗାଇଦିଆଯିବ ବୋଲି କୁହାଯାଇଛି ।

swabhiman 2ସେପଟେ ପ୍ରଶାସନ କହିଛି ସ୍ବାଭିମାନ ଅଞ୍ଚଳର ଯେଉଁ  ଲୋକଙ୍କ ଘର କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇଛି ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇଦିଆଯିବ  ଓ ବିଜୁ ପକ୍କା ଘର ଯୋଜନାରେ ଘର କରାଇଦିଆଯିବ। ଏହା ସହିତ  ସ୍ବାଭିମାନ ଅଞ୍ଚଳରେ ବିକାଶକାମକୁ ତ୍ବାରନିତ୍ବ  କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.