Below header

ଘରେ ବନାନ୍ତୁ ଏକଦମ୍‌ ବଜାର ଭଳି ବଟର

ଯଦି ଆପଣ ଘରେ ଲହୁଣୀ ପ୍ରସ୍ତୁତ କରୁଛନ୍ତି ତାହେଲେ ଏହାର ସ୍ୱାଦ ବହୁତ ଅଲଗା ହୋଇଥାଏ। କିନ୍ତୁ ସେହି ଲହୁଣୀ ନା ବଜାର ଭଳି ଦେଖାଯାଇଥାଏ ନା ତାହାର ସ୍ୱାଦ ବଜାର ଲହଣୀ ଭଳି ଲାଗିଥାଏ। ଅନେକ ଚେଷ୍ଟା ପରେ ବି କେଉଁଠି ନା କେଉଁଠି ଲହୁଣୀରରେ ଅଭାବ ରହିଯାଏ। ଘରରେ ବନା ଯାଇଥିବା ଲହୁଣୀ ଧଳା ରଙ୍ଗର ହୋଇଥାଏ କିନ୍ତୁ ବଜାରରେ ମିଳୁଥିବା ଲହୁଣୀ ଧଳା ରଙ୍ଗର ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ବଜାର ଭଳି ଲହୁଣୀ ବନାଇବା ପାଇଁ କିଛି ଖାସ୍‌ ଟିପ୍ସ ଜଣାଇବୁ। ଯାହାଦ୍ୱାରା ଆପଣ ଏକଦମ୍‌ ବଜାର ଭଳି ଲହୁଣୀ ବନାଇପାରିବେ। ଆଉ ସ୍ୱାଦ ବି ଏକଦମ୍‌ ବଜାର ଭଳି ହିଁ ଆସିବ।

ବଟର ବନାଇବା ପାଇଁ ଆପଣଙ୍କୁ ୧ କିଲୋ ଲହୁଣୀ, ୧/୨ ଛୋଟ ଚାମଚ ହଳଦି କିମ୍ବା ହଳଦିଆ ରଙ୍ଗର ଫୁଡ କଲର, ଅଳ୍ପ ଲୁଣ, ଥଣ୍ଡା ପାଣି ଏବଂ ୩ ରୁ ୪ ବୁନ୍ଦା ଧଳା ଭିନେଗାର।

ବଟର ବନାଇବା ପାଇଁ ଲହୁଣୀକୁ ଫେଣ୍ଟିବା ବହୁତ ଜରୁରୀ ହୋଇଥାଏ। ଆପଣ ମଲାଇକୁ ଅତି କମରେ ୪-୫ ମିନିଟ୍‌ ଲଗାତର ଚଲାନ୍ତୁ। ଏହାକୁ ଚଲାଇବା ପାଇଁ ଆପଣ ଚାମଚକୁ ବ୍ୟବହାର କରିପାରିବେ। ଏବେ ଲହୁଣୀର ଭଲ ଟେକ୍ସଚର ଆସିଯିବ।

ବଟର ପାଇଁ ଆପଣ ଯେତିକି ଥଣ୍ଡା ପାଣି ନେଇଥିବେ ସେତେ ଭଲଭାବେ ଲହୁଣୀ ପ୍ରସ୍ତୁତ ହେବ। ବଟରକୁ ଷ୍ଟୋର କରି ରଖିବା ପାଇଁ ଫେଣ୍ଟିବା ସମୟରେ ଏଥିରେ ୩ ରୁ ୪ ବୁନ୍ଦା ଧଳା ଭିନେଗାର ବ୍ୟବହାର କରନ୍ତୁ। ଯଦି ବଟରକୁ ଘିଅ ବନାଇବାକୁ ଚାହୁଁଛନ୍ତି କିମ୍ବା ଷ୍ଟୋର କରିବାକୁ ଚାହୁଁନାହାଁନ୍ତି ତାହେଲେ ଭିନେଗାର ପକାନ୍ତୁନାହିଁ।

କେମିତି ବନାଇବେ ବଜାର ଭଳି ବଟର

  • ବଟରକୁ ଭଲଭାବେ ଫେଣ୍ଟିବା ପରେ ଯେତେବେଳେ ତାର ରଙ୍ଗ ବଦଳିଯିବ ସେତେବେଳେ ଏଥିରେ ଲୁଣ ଏବଂ ହଳଦି ମିଶାଇ ଦିଅନ୍ତୁ ଏବଂ ଭଲଭାବେ ମିକ୍ସ କରନ୍ତୁ।
  • ଏବେ ଏଥିରେ ୧-୨ ଗ୍ଲାସ ଥଣ୍ଡା ପାଣି ମିଶାଇ ଦିଅନ୍ତୁ ଏବଂ ଭଲଭାବେ ଫେଣ୍ଟି ଦିଅନ୍ତୁ। ପାଣି ପକାଇବା ପରେ ଏହାକୁ ପ୍ରାୟ ୨ ମିନିଟ୍‌ ପର୍ଯ୍ୟନ୍ତ ଫେଣ୍ଟି ଦିଅନ୍ତୁ।
  • ଯେତେବେଳେ ଆପଣଙ୍କୁ ଲାଗିବ ଯେ ବଟର ପ୍ରସ୍ତୁତ ହୋଇଗଲାଣି ସେତେବେଳେ ପାଣି ଆଉ ବଟରକୁ ଅଲଗା କରିଦିଅନ୍ତୁ।
  • ଏବେ ବଟରକୁ ବସାଇବା ପାଇଁ ଚେଷ୍ଟା କରନ୍ତୁ। ଏଥିପାଇଁ ପ୍ରଥମେ ବଟରକୁ ୧-୨ ଗ୍ଲାସ ପାଣିରେ ଧୋଇ ଦିଅନ୍ତୁ।
  • ଏହାପରେ ଏହି ବଟରକୁ ଟ୍ରେରେ ବସାଇ ରଖନ୍ତୁ। ବଟରକୁ ଗିନା ସାହାଯ୍ୟରେ ଚିକ୍କଣ କରିଦିଅନ୍ତୁ। ଯାହାଦ୍ୱାରା ଏହା ବଜାର ଭଳି ଦେଖାଯିବ।
  • ଏହାକୁ ୧୫ ରୁ ୨୦ ମିନିଟ୍‌ ପାଇଁ ଫ୍ରିଜରେ ରଖନ୍ତୁ ଏବଂ ବସିବାକୁ ଦିଅନ୍ତୁ।
  • ୨୦ ମିନିଟ୍‌ ପରେ ଏହାକୁ ବାହାର କରନ୍ତ। ଏବେପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଏକଦମ ବଜାର ଭଳି ବଟର।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.