ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କୋଭିଡ୍‌ ରୋଗୀ

ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କୋଭିଡ୍‌ ରୋଗୀ। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ତ୍ରିଶୁରର ଡାକ୍ତର ଜେ ରିନା କହିଛନ୍ତି- ସେ ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଆରଟିପିସିଆର ରିପୋର୍ଟ ପଜିଟିଭ୍‌ ଆସିଛି। ମାତ୍ର ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବା ସେ କହିଛନ୍ତି। ଏମିତିକି ତାଙ୍କ ଶରୀରରେ କୌଣସି ଲକ୍ଷଣ ବି ଏବେ ଯାଏଁ ପ୍ରକାଶ ପାଇନାହିଁ।

ରୀନା କହିଛନ୍ତି, ସେ ଉଚ୍ଚଶିକ୍ଷା ପାଇଁ ନୂଆଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏଣୁ ସେ ଆରଟିପିସିଆର ଟେଷ୍ଟ କରାଇଥିଲେ। ତାହାର ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ଡାକ୍ତର କହିଛନ୍ତି ଯେ ଏବେ ମହିଳା ଘରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ସୂଚନାଯୋଗ୍ୟ ଯେ ୩୦ ଜାନୁଆରୀ ୨୦୨୦ରେ ବୁହାନ୍‌ ବିଶ୍ୱବିଦ୍ୟାଳୟର ମେଡିକାଲର ତୃତୀୟ ବର୍ଷର ଛାତ୍ରୀ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିଲେ। ସେମିଷ୍ଟାର ଛୁଟି ପରେ ଘରକୁ ଫେରିବା ପରେ ସେ ଦେଶର ପ୍ରଥମ କୋଭିଡ୍‌ ରୋଗୀ ଭାବେ ଚିହ୍ନଟ ହୋଇଥିଲେ। ତେବେ ପାଖାପାଖି ୨ ସପ୍ତାହ ଚିକିତ୍ସାଧୀନ ରହିବା ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ପରେ ୨୦ ଫେବ୍ରୁଆରୀ ୨୦୨୦ରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.