Below header

ଖାଦ୍ୟର ସ୍ୱାଦ ବଢ଼ାଇବ ଚଟପଟା କଞ୍ଚା ଲଙ୍କା ଆଚାର, ଏପରି କରନ୍ତୁ ପ୍ରସ୍ତୁତ

କଞ୍ଚା ଲଙ୍କାକୁ ପରିବାର ସ୍ୱାଦ ବଢ଼ାଇବା ଠାରୁ ନେଇ ଆଚାର ବନାଇବା ପାଇଁ ବ୍ୟବହାର କରାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ଆଚାର ରେସିପି ନେଇ ଆସିଛୁ। ଯାହାର ଟେଷ୍ଟରେ ଆପଣ ଖାଦ୍ୟର ମଜା ନେଇପାରିବେ। ଆସନ୍ତୁ ଜାଣିବା କେମିତି ବନାଇବେ ଟେଷ୍ଟି କଞ୍ଚା ଲଙ୍କା ଆଚାର।

ଆବଶ୍ୟକ ସାମଗ୍ରୀ

  • ବଡ ସାଇଜର ଲଙ୍କା
  • ୨ ଚାମଚ ଧନିଆ ପାଉଡର
  • ୧ ଚାମଚ ଆମଚୁର ପାଉଡର
  • ୧ ଚାମଚ ଭଜା ଜିରା ଗୁଣ୍ଡ
  • ୧ ଚାମଚ ଚାଟ ମସଲା
  • ଲୁଣ ସ୍ୱାଦାନୁସାରେ
  • ତେଲ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ହାଇ ଫ୍ଲେମରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ।
  • ଏହାପରେ କଞ୍ଚା ଲଙ୍କାକୁ ମଝିରୁ କାଟି ଦୁଇ ଭାଗ କରିଦିଅନ୍ତୁ।
  • ଆଞ୍ଚକୁ ମିଡିୟମ୍‌ କରି କଞ୍ଚା ଲଙ୍କାକୁ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ମଝିରେ ମଝିରେ ଲଙ୍କାକୁ ଓଲଟାଇ ରଖନ୍ତୁ।
  • ଏବେ ଭାଜିଥିବା ସମସ୍ତ କଞ୍ଚା ଲଙ୍କାକୁ ଗୋଟେ ପ୍ଲେଟକୁ ବାହାର କରିଦିଅନ୍ତୁ।
  • ଏବେ ସମସ୍ତ ମସଲାକୁ ପକାଇ ମିକ୍ସ କରି ଭଲଭାବେ ମିଶାଇ ଦିଅନ୍ତୁ।
  • ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚଟପଟା କଞ୍ଚା ଲଙ୍କା ଆଚାର। ଏହାକୁ ଆପଣ ଭାତ କିମ୍ବା ରୁଟି ପରଟା ଖାଉଥିବା ସମୟରେ ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.