ବର୍ଷକରେ ୫୦ ଗୁଣା ଫେରସ୍ତ,ଏହି ଷ୍ଟକ ମାର୍କେଟରେ ଅର୍ଥ ବିନିଯୋଗ କରି ୧ ଲକ୍ଷରେ ପାଆନ୍ତୁ ୫୦ ଲକ୍ଷ

ନୂଆଦିଲ୍ଲୀ : ଲଜିଷ୍ଟିକ, ବେୟରହାଉସିଂ ଭଳି ସେବା ଦେଉଥିବା କମ୍ପାନି Flomic Global Logistics ଶେୟାର ମାର୍କେଟରେ ରିଟର୍ଣ୍ଣ ଦେବାରେ ବଡ଼ ବଡ଼ କମ୍ପାନିକୁ ବି ପଛରେ ପକାଇ ଦେବ । ଗତ ବର୍ଷକର ରିଟର୍ଣ୍ଣ ଦେଖିଲେ ଏହି କମ୍ପାନି ଚକିତ କଲାଭଳି କାମ କରି ଦେଖାଇଛି । ଚଳିତ ୧ ବର୍ଷ ମଧ୍ୟରେ ଏହି ଷ୍ଟକ ପ୍ରାୟ ୫୦୦୦ ପ୍ରତିଶତ ଉପର ଯାଇଛି ।

ଗତ ବର୍ଷ ୮ ଫେବ୍ରୁଆରୀରେ ଏହି ଷ୍ଟକ ପ୍ରାୟ ୨.୯୩ ଟଙ୍କାରେ ଥିଲା । ଏବେ ଏହା BSE ଉପରେ ୧୪୫ ଟଙ୍କାରେ ପହଞ୍ଚିଛି । ଏହି ଗୋଟିଏ ବର୍ଷରେ ୪,୯୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି । ଏହି ସମୟ ଭିତରେ ସେନସେକ୍ସ ୧୩.୪୧ ପ୍ରତିଶତ ବଢ଼ିଛି । ଦେଶର ସବୁଠୁ ୩୦ ବଡ଼ ପବ୍ଲିକ କମ୍ପାନିର ସେୟାର ଗୋଟିଏ ବର୍ଷରେ ୧୩.୪୧ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଯେଉଁଠି ଏହି ଛୋଟ ଷ୍ଟକ ବହୁ ଗୁଣା ମୋଟା ରିଟର୍ଣ୍ଣ ଦେଇଛି ।

ଯଦି କୌଣସି ଇନଭେଷ୍ଟର ପ୍ରଥମରୁ ଏହି ଷ୍ଟକରେ ୧ ଲକ୍ଷ ଟଙ୍କା ଇନଭେଷ୍ଟ ବା ବିନିଯୋଗ କରିଥାନ୍ତା, ତେବେ ଆଜି ଏହାର ପୋର୍ଟଫୋଲିଓ ଭ୍ୟାଲୁ ପ୍ରାୟ ୫୦ ଲକ୍ଷ ଟଙ୍କା ହୋଇଥାନ୍ତା । ଆଜି ବି ଯେତେବେଳେ ବଜାର ବହୁତ ତଳେ ରହିଛି ଏହି ଛୋଟ ଷ୍ଟକ କମ୍ପାନି ଗ୍ରୀନ ଲାଇନରେ ରହିଛି । ଏବେ ଏହା BSE ଉପରେ ୧ ପ୍ରତିଶତ ବଢ଼ି ୧୪୫ ଟଙ୍କା ପାଖା ପାଖି ଟ୍ରେଡ କରିଛି ।
BSE ରେ ଉପଲବ୍ଧ ଡାଟା ଅନୁଯାୟୀ ଏହି କମ୍ପାନିର ଏମ୍‌କେପ୍‌ ୧୦୦ କୋଟି ଟଙ୍କା ପାଖା ପାଖି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.